Pratidin TV

Odisha's Digital News Platform

ନୂତନ ସଂସଦ ଭବନରେ ରାଷ୍ଟ୍ରପତିଙ୍କର ପ୍ରଥମ ଅଭିଭାଷଣ, ଶ୍ରେଷ୍ଠ ଭାରତ ପାଇଁ ଦେଲେ ଆହ୍ୱାନ…

1 min read

ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି, ଯାହା ୯ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ସଂସଦର ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅବିଭାଷଣ ସହିତ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ନୂଆ ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି ମହାମହିମ ରାଷ୍ଟ୍ରପତି । ଏହା ହେଉଛି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ କାମଚଳା ବଜେଟ୍‌, ଯାହା ଆସନ୍ତା କାଲି ଅର୍ଥାତ୍ ୧ ଫେବୃଆରୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହେବ । କାର୍ଯ୍ୟଭାର ଗ୍ରହଣ କରିବା ପରେ ନୂତନ ସରକାର ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ । ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁଙ୍କ କାଳଜୟୀ କବିତା ‘ମିଶୁ ମୋର ଦେହ ଏଦେଶ ମାଟିରେ’ କବିତାକୁ ମନେ ପକାଇଛନ୍ତି । ରାଷ୍ଟ୍ରପତି ସଂସଦ ଗୃହରେ ପ୍ରଥମ ଅଭିଭାଷଣ ପ୍ରଦାନ କରିବାକୁ ଯାଇ କହିଛନ୍ତି ଯେ ଏଠାରେ ‘ୱାନ୍ ଇଣ୍ଡିଆ, ବେଷ୍ଟ ଇଣ୍ଡିଆ’ର ସୁଗନ୍ଧ ରହିଛି । ସମଗ୍ର ବିଶ୍ୱରେ ଗୁରୁତର ସଙ୍କଟ ମଧ୍ୟରେ ଭାରତ ହେଉଛି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ଗତ ଦୁଇଟି କ୍ୱାର୍ଟରରେ ଦେଶର ଅଭିବୃଦ୍ଧି ହାର ୧.୫ ପ୍ରତିଶତ ରହିଛି ।

ଏହା ସହିତ ରାଷ୍ଟ୍ରପତି କହିଛନ୍ତି ଯେ ଗତ ବର୍ଷ ଭାରତ ପାଇଛି ଏକ ଐତିହାସିକ ସଫଳତା । ସରକାର ନିରନ୍ତର ‘ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ ’ ଜାରି ରଖିଛନ୍ତି । ନାରୀ ଶକ୍ତି ଅଧିନିୟମ ପାସ କରିଥିବାରୁ ମୁଁ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛି, ଏହା ମହିଳା ନେତୃତ୍ୱାଧୀନ ବିକାଶ ପାଇଁ ମୋ ସରକାରଙ୍କ ସଂକଳ୍ପକୁ ଦୃଢ଼ କରିଥାଏ । ଲୋକସଭା ଓ ରାଜ୍ୟସଭାର ମିଳିତ ବୌଠକକୁ ସମ୍ବୋଧିତ କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପାଇଁ ଆଗ୍ରହ ଶତାବ୍ଦୀ ଧରି ରହିଆସିଛି, ଆଜି ଏହା ସତ୍ୟ ହୋଇଛି । ପରୀକ୍ଷାରେ ଅନିୟମିତତା ସମ୍ପର୍କରେ ଯୁବକମାନଙ୍କ ଚିନ୍ତାଧାରା ବିଷୟରେ ମୋ ସରକାର ଅବଗତ ଅଛନ୍ତି, ଏହି ଦିଗରେ କଠୋରତା ଆଣିବା ପାଇଁ ଏକ ନୂତନ ନିୟମ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏବଂ ମୋ ସରକାରଙ୍କ କାର୍ଯ୍ୟକାଳରେ ପ୍ରାୟ ୨୫ କୋଟି ଦେଶବାସୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ଗତ ଦଶନ୍ଧି ମଧ୍ୟରେ ସରକାର ପ୍ରତ୍ୟେକ ଶାସନ ବ୍ୟବସ୍ଥାର ଉତ୍ତମ ଶାସନ ଓ ସ୍ୱଚ୍ଛତା ଆଣିଛନ୍ତି । କେନ୍ଦ୍ରସରକାରଙ୍କ ଡିଜିଟାଲ ଇଣ୍ଡିଆ ଭାରତୀୟଙ୍କ ପାଇଁ ଏକ ବିରାଟ ଉପଲବ୍ଧି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ଆଜି ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟାବସ୍ଥା ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟାଙ୍କିଙ୍ଗ ସିଷ୍ଟମ ମଧ୍ୟରୁ ଗୋଟିଏ; ଆଜି ବ୍ୟାଙ୍କଗୁଡିକର ଏନପିଏ ମାତ୍ର ଚାରି ପ୍ରତିଶତ ଅଟେ । ପ୍ରତ୍ୟେକ ଭାରତୀୟ ସ୍ୱଦେଶୀ ନିର୍ମିତ ବିମାନ ପରିବହନକାରୀ INS Vikrant କୁ ଦେଖି ଗର୍ବିତ ବୋଲି ରାଷ୍ଟ୍ରପତି କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *