Pratidin TV

Odisha's Digital News Platform

ଘରେ ନଥିବା ବେଳେ କଳାକାନା ବୁଲାଇଲେ ଚୋର, ୫୦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ …

1 min read

ଆଳି ; ଘରେ କେହିନଥିବା ବେଳେ କଳାକାନା ବୁଲାଇଲେ ଚୋର। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଲୋକାପଡା ଗାଁର ତିଳୋତମା ବେହେରାଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ନଗଦ ୫୦ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି।

ତିଳୋତମା ବେହେରାଙ୍କ ପରିବାର ଲୋକେ ଗତକାଲି ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। କେହି ଘରେ ନଥିବାର ସୁଯୋଗ ନେଇ ଘରର ପଛପଟ କବାଟର ତାଲା ଭାଙ୍ଗି ଗଡେଜରୁ ଦୁଇଟି ସୁନା ଚେନ, ପାଞ୍ଚଟି ସୁନାମୁଦି,ଚାରିହଳ କାନଫୁଲ ଏବଂ ରୁପା ଅଳଙ୍କାର ସହ ନଗଦ ୫୦ହଜାର ଟଙ୍କା ଚୋର ଲୁଟି ନେଇଛନ୍ତି। ଆଜି ସାକାଳେ ତିଳୋତମା ଘରେ ପହଁଚି ଦେଖିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।ଏନେଇ ଆଳି ଲିଖିତ ଭାବେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Advertisement

Leave a Reply

Your email address will not be published. Required fields are marked *