Pratidin TV

Odisha's Digital News Platform

୪୦ ଘଣ୍ଟାର ଅପେକ୍ଷା ପରେ ହେମନ୍ତ, ଇଡି ପାଖରେ ହଜାର ହେବେ;ହୋଇପାରନ୍ତି ଗିରଫ!

1 min read

ଝାଡଖଣ୍ଡରେ ହାଇଡ୍ରାମା। ଜମି ଦୁର୍ନତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ଏବେ ଆସିଛନ୍ତି ଆଗକୁ |ଗତକାଲି ଠାରୁ ହେମନ୍ତ ନିଖୋଜ ଥିବା ନେଇ ସୂଚନା ମିଳିଥିଲା | ପରେ ସେ ସାମ୍ନାକୁ ଆସି କହିଛନ୍ତି ସେ ବଜେଟ ପାଇଁ ବ୍ୟସ୍ତ ଥିଲେ | ତେବେ ଆଜି ରାଞ୍ଚିସ୍ଥିତ ବାସଭବନରେ ଇଡିର ସମ୍ମୁଖୀନ ହୋଇପାରନ୍ତି ହେମନ୍ତ | ଗତକାଲି ଇଡି ଯେତେବେଳେ ହେମନ୍ତକୁ ଖୋଜିବା ପାଇଁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇଥିଲେ ସେଠାରେ ସେ ହେମନ୍ତକୁ ପାଇନଥିଲେ | ହେଲେ ସେଠାରୁ ରେଡ କରି ଇଡି ନଗଦ ୩୬ ଲକ୍ଷ ଟଙ୍କା, ଦୁଇଟି ଦାମୀ ଗାଡ଼ି ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ଜବତ କରିଥିଲା |ଖବର ମିଳୁଛି ଆଜି ହେମନ୍ତ ଗିରଫ ହେବାର ସମ୍ଭାବନା ଅଛି |

ହେମନ୍ତ ସୋରେନଙ୍କୁ ପୂର୍ବରୁ ଇଡି ୯ ଥର ସମନ ଜାରି କରିଥିଲେ | ହେଲେ ହେମନ୍ତ ସବୁ ସମନ ଟାଳି ଆସୁଥିଲେ | ଇଡି ଶେଷଥର ପାଇଁ ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ହେମନ୍ତକୁ ସୁଯୋଗ ଦେଇଥିଲା | କିନ୍ତୁ ହେମନ୍ତ ତାଙ୍କ କଥାରେ ରାଜି ନ ହୋଇ ଇଡିକୁ ଏକ ଚିଠି ଲେଖିଥିଲେ ଯେ ,ସେ ବଜେଟ ପାଇଁ ବ୍ୟସ୍ତ ଅଛନ୍ତି ।ଜମି ବିବାଦ ମାମଲାରେ ତାଙ୍କୁ ପଚରାଉଚରା ପାଇଁ ସମନ କରିଥିଲା | ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି। ଆଜି ଇଡିକୁ ରାଞ୍ଚିସ୍ଥିତ ବାସଭବନରେ ଭେଟିବା ପାଇଁ ହେମନ୍ତ ରାଜି ହୋଇଛନ୍ତି | ଗତ ୨୦ରେ ମଧ୍ୟ ଇଡି ରାଞ୍ଚି ସ୍ଥିତ ବାସଭବନରେ ହେମନ୍ତଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା। ହେମନ୍ତ ସୋରେନ ମୁଣ୍ଡ ଖଟାଇ ସବୁ ବନ୍ଦୋବସ୍ତ କରିଦେଇଛନ୍ତି | ଆର୍ଥିକ ଅନିୟମତତା ମାମଲାରେ ଯଦି ହେମନ୍ତ ଇଡି ଦ୍ୱାରା ଗିରଫ ହୁଅନ୍ତି ତେବେ ସେ ତାଙ୍କ ସ୍ତ୍ରୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିସାରିଛନ୍ତି |

Advertisement

ପୂର୍ବ ସୂଚନା ଅନୁଯାୟୀ ଇଡି ହେମନ୍ତ ସୋରେନ ଙ୍କୁ ଜାରି କରିବା ପାଇଁ ତାଙ୍କର ଦିଲ୍ଲୀରେ ଥିବା ଘରକୁ ଯାଇଥଲା ହେଲେ ସେଠାରେ ତାଙ୍କୁ ପାଇନଥିଲେ | ପରେ ତାଙ୍କର ଅନ୍ୟ ଏକ ଟିମ ରାଞ୍ଚିରେ ଚଢ଼ାଉ କରିଥିଲା | ସେଠାରେ ମଧ୍ୟ ହେମନ୍ତକୁ ପାଇନଥିଲେ | ଏହାପରେ ତାଙ୍କ ନିଖୋଜ ନେଇ ଚର୍ଚ୍ଚା ଚାଲୁଥଲା | ଇଡି ହେମନ୍ତକୁ ଧରିବା ପାଇଁ ପ୍ରାୟ ୧୩ ଘଣ୍ଟା ଅପେକ୍ଷା କରିଥିଲା | ହେମନ୍ତଙ୍କ ଦିଲ୍ଲୀ ବାସଭବନ ଚଢ଼ାଉ ବେଳେ ୨ଟି ବିଏମଡବ୍ଲୁ କାର, ନଗଦ ୩୬ଲକ୍ଷ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା।

Leave a Reply

Your email address will not be published. Required fields are marked *