Pratidin TV

Odisha's Digital News Platform

ତୃତୀୟ ବିବାହ ପରେ ମୁହଁ ଖୋଲିଲେ ଶୋଏବ , କହିଲେ କାହିଁକି ଦେଲେ ସାନିଆଙ୍କୁ ଛାଡପତ୍ର ?

1 min read

ପାକିସ୍ତାନର ପୂର୍ବତନ କ୍ରିକେଟ୍ ଅଧିନାୟକ ଶୋଏବ ମଲିକ ତୃତୀୟଥର ବିବାହ କରିଛନ୍ତି । ଜାନୁଆରୀ ୧୮ ରେ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଥିଲେ । ବିବାହର ଦୁଇ ଦିନ ପରେ ଏହି ଦମ୍ପତି ସୋସିଆଲ ମିଡିଆ ରେ ନିଜ ବିବାହ ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲେ । ଉଭୟଙ୍କ ବିବାହ ସହିତ ଏହା ମଧ୍ୟ ସ୍ପଷ୍ଟ ହୋଇଥିଲା ଯେ ଶୋଏବ ତାଙ୍କର ଦ୍ୱିତୀୟ ପତ୍ନୀ ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେଇଛନ୍ତି । ଏହି ବିବାହକୁ ନେଇ ଶୋଏବଙ୍କୁ ସୋସିଆଲ ମିଡିଆରେ ଅନେକ ଟ୍ରୋଲ କରାଯାଇଥିଲା । କିଛି ଦିନର ନିରବତା ପରେ ଏବେ ମୁହଁ ଖୋଲିଛନ୍ତି ଶୋଏବ ମଲିକ ।

ସେ ଏକ ସାକ୍ଷାତକାରରେ କହିଛନ୍ତି , ଲୋକ କଣ କହିବେ ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ ନାହିଁ । ଏହା ବୁଝିବାକୁ ହୁଏତ ବହୁତ ଦିନ ଲାଗିପାରେ, ମାତ୍ର ଯେବେ ତୁମେ ହୃଦୟର କଥା ଶୁଣିବ ସେ ଦିନ ପ୍ରକୃତ ଜୀବନର ମୂଲ୍ୟ ବୁଝିବ । ସୂଚନାନୁଯାୟୀ ଶୋଏବ ମଲିକଙ୍କ ପରିବାର ସଦସ୍ୟବି ଏହି ବିବାହରେ ଖୁସି ନୁହଁନ୍ତି । ପରିବାରର କୌଣସି ସଦସ୍ୟ ସେମାନଙ୍କ ବିବାହରେ ଯୋଗ ଦେଇନଥିଲେ । ତେବେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ସାନଭାଇ ତାଙ୍କୁ ବିବାହରେ ଅଭିନନ୍ଦନ ଜଣାଇଛନ୍ତି ।

Advertisement

୨୦୧୦ରେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ହାତ ଧରିଥିଲେ । ୨୦୧୮ରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା । ପାକିସ୍ତାନ ମଡେଲ ଆଏଶାଙ୍କୁ ଶୋଏବ୍ ଡେଟ୍ କରୁଥିବା କୁହାଯାଉଥିଲା । ସୋଶାଲ ମିଡିଆରେ ସେମାନେ ପୋଷ୍ଟ କରିଥିବା ଫଟୋ ମଧ୍ୟ ଡିଲିଟ୍ କରିଦେଇଥିଲେ । ଏହାପରେ ଶୋଏବ ସାନାଙ୍କ ସହ ଫଟୋ ପୋଷ୍ଟ କରି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପରେ ଉଭୟ ରିଲେସନସିପରେ ଥିବା ଚର୍ଚ୍ଚା ହେଉଥିଲା । ଶେଷରେ ସାନାଙ୍କୁ ପୁନର୍ବିବାହ କରିଥିଲେ ଶୋଏବ ।

Leave a Reply

Your email address will not be published. Required fields are marked *