Pratidin TV

Odisha's Digital News Platform

ସାଲାର ସଫଳତା ପରେ, ଏହି କାରଣରୁ ଅଭିନୟରୁ ବ୍ରେକ ନେଲେ ପ୍ରଭାସ…

1 min read

ଫିଲ୍ମ କରିବେନି ପ୍ରଭାସ । ବାହୁବଳୀ ପରେ ପ୍ୟାନ ଇଣ୍ଡିଆ ଷ୍ଟାର ପାଲଟିଥିବା ପ୍ରଭାସ ଏବେ ଅବିନୟ ଜଗତରୁ ବିରତି ନେଇଛନ୍ତି । ତେବେ ବାହୁବଳୀ ପରେ ‘ସାଲାର ପାର୍ଟ-୧’ ୨୦୨୩ରେ ପ୍ରଭାସଙ୍କର ସବୁଠାରୁ ବ୍ଲକବଷ୍ଟର ଫିଲ୍ମ ଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗିଥିଲା । ଯାହାକୁ ଦେଖିବା ପରେ ପ୍ରଶଂସକମାନେ ଆଶା କରିଥିଲେ ଚଲିତ ବର୍ଷ ଆହୁରି ସୁପରହିଟ୍ ଫିଲ୍ମ ପ୍ରଭାସ ଭେଟି ଦେବେ ।ହେଲେ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣିବା ପରେ ତାଙ୍କର ପ୍ରଶଂସକ ମାନେ ଦୁଃଖରେ ଭାଙ୍ଗିପଡିଛନ୍ତି।


‘ବାହୁବଳୀ ୨’ର ସଫଳତାର ୬ବର୍ଷପରେ ପ୍ରଭାସ ‘ସାଲାର ପାର୍ଟ-୧’ରେ ଦମଦାର ଅଭିନୟ କରିଥିଲେ । ବର୍ତ୍ତମାନ ପ୍ରଶଂସକଙ୍କ ତାଙ୍କ ପରବର୍ତ୍ତୀ ଫିଲ୍ମ ‘କଲକୀ ୨୮୯୮ AD’ କୁ ଅପେକ୍ଷା କରିଛନ୍ତି । କିନ୍ତୁ ଏହା ପୂର୍ବରୁ ପ୍ରଭାସ ଇଣ୍ଡଷ୍ଟ୍ରିରୁ ଦୁରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟରେ କୁହାଯାଇଛି ପ୍ରଭାସ ତାଙ୍କ ମନକୁ ସତେଜ ରଖିବା ଏବଂ ସାସ୍ଥ୍ୟ ପାଇଁ ଏହି ପଦକ୍ଷେପ ନେଇଛନ୍ତିି । ଏହା ସହିତ ତାଙ୍କ କ୍ୟାରିୟର ଉପରେ କିଛି ଧ୍ୟାନ ଦେବା ସହ ଜୀବନକୁ ବୁଷ୍ଟ କରିବା ପାଇଁ ସେ ଅଭିନୟରୁ ବିରତି ନେଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *