Pratidin TV

Odisha's Digital News Platform

ପେଟିଏମକୁ ଲାଗିଲା ବଡ଼ ଝଟକା , ଫେବୃଆରୀ ୨୯ ପରେ ହୋଇପାରିବନି ଦେଣ ନେଣ ..

1 min read

ପେଟିଏମ୍‌କୁ ଲାଗିଲା ବଡ ଝଟକା । ପେଟିଏମ ପେମେଣ୍ଟ ସ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନେଇଛି ବଡ ଆକ୍ସନ । ଏବେ ପେଟିଏମ୍ ରେ ଯୋଡି ହୋଇପାରିବେନି ନୁଆ ଗ୍ରାହକ । ତେବେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ନୂତନ ଗ୍ରାହକ ଯୋଡିବା ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଆରବିଆଇ ଏକ ନିର୍ଦ୍ଦେଶ ଜାରି କରିଛି ।

ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ୨୯ ଫେବୃଆରୀ ୨୦୨୪ ପରେ କୌଣସି ଗ୍ରାହକ ଆକାଉଣ୍ଟ , ୱାଲେଟ୍ ଏବଂ ଟଙ୍କା ଜମା କିମ୍ବା ଟପ୍ ଅପ୍ କରିବାକୁ ଅନୁମତି ଦିଆଯିବ ନାହିଁ । ତେବେ ପେଟିଏମ ୱାଲେଟରେ ଥିବା ଟଙ୍କା ସରିବା ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ । ପେଟିଏମ ନିୟମପାଳନ କରୁନଥିବାରୁ ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ -୧୯୯୯ ର ଧାରା ୩୫-ଏ ଅନୁଯାୟୀ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଆରବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *