Pratidin TV

Odisha's Digital News Platform

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ : ବିଭିନ୍ନ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ହେବ ଆଲୋଚନା ..

1 min read

ମୁଖ୍ୟମନ୍ତ୍ରୀ ନେଲେ ଐତିହ୍ୟ ପଦକ୍ଷେପ । ଏବେ ସାରା ବିଶ୍ୱ ଦେଖିବ ଓଡିଆ ଭାଷାର ଝଲକ । ଆସନ୍ତା ପେବୃଆରୀ ୩ରୁ ଭୁବନେଶ୍ୱରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ ।ଏହି ସମ୍ମିଳନୀରେ ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଅଧିକ ଲୋକପ୍ରିୟ କରିବାକୁ ଆଲୋଚନା ହେବ । ଆମ ଭାଷାକୁ ଅଧିକରୁ ଅଧିକ ଉପଯୋଗ ପାଇଁ ମାନସମନ୍ଥନ ହେବ । ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ସମ୍ପର୍କରେ ତର୍ଜମା ହେବ । ଓଡ଼ିଆ ଭାଷାବିତ ମାନେ ଯୋଗଦେଇ ଆଲୋଚନା କରିବେ ।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ନେଇ ସାରା ରାଜ୍ୟ ଉତ୍ସାହିତ । ସମ୍ମିଳନୀକୁ ସ୍ମରଣୀୟ ନିମନ୍ତେ ବିଶେଷ ବ୍ୟକ୍ତିବିଶେଷ ସମ୍ମାନିତ ହେବେ । ସବୁ ବର୍ଗର ବ୍ୟକ୍ତିବିଶେଷ ସାମିଲ ହେବେ । ସମ୍ମିଳନୀକୁ ସଫଳ କରିବାକୁ ସମସ୍ତଙ୍କୁ ଆହ୍ୱାନ । ଏହି ସମ୍ମିଳନୀରେ ଅନେକ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଦ୍ୱାନ ପଦ୍ମଶ୍ରୀ ଏବଂ ବହୁ ଜାତୀୟସ୍ତରର ପ୍ରତିଭା ମାନେ ଅଂଶଗ୍ରହଣ କରିବେ । ଓଡ଼ିଆ ଭାଷା ଏବଂ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ସ୍ଥାନୀୟ ଜନତା ମଇଦାନ ଠାରେ ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ଧରି ଏହି ସମ୍ମିଳନୀ ଆୟୋଜିତ ହେବ । ଏଥିରେ ତିନିଦିନ ଧରି ଓଡ଼ିଆ ଭାଷାର ଉନ୍ନତି ପାଇଁ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା ହେବ ।

Advertisement

Leave a Reply

Your email address will not be published. Required fields are marked *