Pratidin TV

Odisha's Digital News Platform

ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ମିଠା ଖୁଆଇ ସଂସଦ ପଠାଇଲେ ରାଷ୍ଟ୍ରପତି …

1 min read

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪ ଆନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ହେଲେ ଏହା ପୂର୍ବରୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ । ସେହି ସମୟରେ ରାଷ୍ଟ୍ରପତି ନିର୍ମଳା ସୀତାରମଣଙ୍କୁ ମିଠା ଖୁଆଇ ସଂସଦ ପଠାଇଥିଲେ ରାଷ୍ଟ୍ରପତି ଦ୍ରୌପଦ ମୁର୍ମୁ । ଶ୍ରଦ୍ଧା ଏବଂ ସମ୍ମାନରେ ପରିପୂର୍ଣ୍ଣ ଏହି ମୁହୂର୍ତ୍ତର ଫଟୋଗୁଡ଼ିକ ସାମ୍ନାକୁ ଆସିଛି । ରାଷ୍ଟ୍ରପତି ଭବନ ପକ୍ଷରୁ ସୋଶିଆଲ ମିଡିଆରେ ଫଟୋ ଅପଲୋଡ୍ କରି ଏହି ସୂଚନା ଦେଇଛନ୍ତି ।

ଏହି ଅବସରରେ ନିର୍ମଳା ସୀତାରମଣ ନୀଳ ରଙ୍ଗର ଶାଢି ପିନ୍ଧିଥିବାର ନଜର ଆସିଛନ୍ତି । ଏହାପରେ ନିର୍ମଳା ସୀତାରମଣ ସିଧା ସଂସଦ ଭବନ ଯାଇ ବଜେଟ୍ ଉପସ୍ଥାପନ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ରେକର୍ଡ ସହିତ ସମକକ୍ଷ ହୋଇଛନ୍ତି ନିର୍ମଳା ସୀତାରମଣ । ସୀତାରମଣ ଚଳିତ ଥରକୁ ମିଶାଇ ଷଷ୍ଠଥର ବଜେଟ୍ ଉପସ୍ଥାପନ କରିଛନ୍ତି । ପୂର୍ବରୁ ମୋରାରଜୀ ଦେଶାଇ ଅର୍ଥମନ୍ତ୍ରୀ ଥିବା ସମୟରେ ୧୯୫୯ ରୁ ୧୯୬୪ ମଧ୍ୟରେ ପାଞ୍ଚଟି ବାର୍ଷିକ ବଜେଟ୍ ଏବଂ ଗୋଟିଏ ମଧ୍ୟବର୍ତ୍ତୀ ବଜେଟ୍ ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *