Pratidin TV

Odisha's Digital News Platform

ପୁଣି ରାଜଧାନୀରେ ଆପାର୍ଟମେଣ୍ଟ ଲୁଟ୍ , ସିସିଟିଭିରେ କଏଦ୍ ହେଲା ଲୁଟର ଲାଇଭ୍ ଦୃଶ୍ୟ…

1 min read

ଭୁବନେଶ୍ୱର ; ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ଆପାର୍ଟମେଣ୍ଟ ଲୁଟେରା । ଥମିବାର ନା ଧରୁନୀ ଆପର୍ଟମେଣ୍ଟରୁ ଲୁଟ୍ । ରାତିଅଧରେ ଆପାର୍ଟମେଣ୍ଟରେ ପଶି ବୁଲାଉଛନ୍ତି କଳାକନା । ପଟିଆ କଳରାହାଙ୍ଗ ସତ୍ୟବାଦୀ ରେସିଡେନ୍ସି ରୁ ୨ଟି ପ୍ଲଟ ରୁ ବୁଧବାର ରାତିରେ ଲୁଟ୍ ହୋଇଥିବା ଜଣାପଡିଛି । ବ୍ଲକ (ବି) ର ୩୦୧ ,୧୦୪ ରୁ ଲୁଟ୍ ହୋଇଛି ।

ଘରେ କେହି ନଥିବା ବେଳେ ତାଲା ଭାଙ୍ଗି ଲୁଟ୍ ହୋଇଥିବାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ୫୦ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ଓ ସୁନା ଗହଣା ଲୁଟ୍ ହୋଇଥିବା ଜଣାପଡିଛି । ଘଟାସ୍ଥଳରେ ମଞ୍ଚେଶ୍ଵର୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *