Pratidin TV

Odisha's Digital News Platform

ବିଦାୟକାଳୀନ ସମ୍ବର୍ଦ୍ଧନାରେ ବୃକ୍ଷରୋପଣ କରି, ସମାଜକୁ ପ୍ରେରଣା ଦେଲେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆଜି କାଲି କଲେଜରୁ ପାଠପଢା ସାରି ବିଦାୟ ନେବା ବେଳେ ଛାତ୍ରଛାତ୍ରୀ ମାନେ ଫ୍ୟାରଓଏଲ୍ ପାର୍ଟି କରି ଡିଜେ ବା ମାଇକ ବଜାଇ ନାଚି ଭିନ୍ନ ଢଙ୍ଗରେ ମନାଉଛନ୍ତି ସେହି ଦିନକୁ । କିନ୍ତୁ ଏକ ଅନନ୍ୟ ଭାବରେ ଏହି ବିଦାୟକାଳୀନ ଦିନଟିକୁ ମନାଇ ଯୁବ ସମାଜ ପାଇଁ ପ୍ରେରଣା ସାଜିଛନ୍ତି ଏକ ମହା ବିଦୟାଲୟର ଛାତ୍ରଛାତ୍ରୀ । ତେବେ କେନ୍ଦ୍ରାପଡା ଜିଲ୍ଲା ଆଳି ମାହାବିଦ୍ୟାଳୟରେ ୨୦୧୯ ମସିହାରେ ପାଠପଢା ସରିଥିବା ଛାତ୍ରଛାତ୍ରୀଙ୍କୁ ନେଇ ମହାବିଦ୍ୟାଳୟ ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା ।

ଏହି ଅବସରରେ ଇତିହାସ ବିଭାଗର ମୁଖ୍ୟ ଅଧ୍ୟପକ ରବୀନ୍ଦ୍ର ନାଥ ଦାଶଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଆଳି ମହାବିଦ୍ୟାଳୟର ଚନ୍ଦ୍ରଶେଖର ନାୟକ ଏବଂ ଇତିହାସ ବିଭାଗର ଅଧ୍ୟାପକ କୁଞବିହାରୀ ମହାନ୍ତି,ସର୍ବେଶ୍ୱର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସରିବା ପରେ ଆଳି ମହାବିଦ୍ୟାଳୟ ପରିସର ସହ ଅନ୍ୟ କେତେକ ସ୍ଥାନରେ ଅଧ୍ୟକ୍ଷ ଚନ୍ଦ୍ରଶେଖର ନାୟକ ,ଅଧ୍ୟପକ ରବୀନ୍ଦ୍ର ନାଥ ଦାସ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଯାହା ଆଜିକା ସମୟରେ ଆମ ଯୁବ ପିଢିଙ୍କ ପାଇଁ ଏକ ବଡ ବାର୍ତ୍ତା ।

Leave a Reply

Your email address will not be published. Required fields are marked *