Pratidin TV

Odisha's Digital News Platform

ପଡୋଶୀ ଗହଣା ମାଗି ପିନ୍ଧୁଥିଲେ, ଫେରାଇବା ବେଳେ ଚାବିଜାଗା ଦେଖି ଗାଏବ କଲେ ସୁନା….

1 min read

ବିଶ୍ଵାସ ରେ ବିଷ ଦେଲା ପଡୋଶୀ । ନିଜ ପଡୋଶୀ ଘରେ ସୁନା ଚୋରି କରି ଆଉ ଏକ ଚୋରି କେସ ରେ ଫସି ଯାଇଛନ୍ତି। ଏଭଳି ଏକ କେସ ର ପର୍ଦ୍ଦାଫାଶ କରିଛି ଚନ୍ଦ୍ରଶେଖର ଥାନା ପୋଲିସ୍।ଘଟଣାର ମୁଖ୍ୟ ଅଭିଯୁକ୍ତା ସୁନୀତା ପଣ୍ଡାଙ୍କ ସହ ଦୁଇ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦ୍ରଶେଖର ପୋଲିସ୍। ସୁନୀତା ତାଙ୍କ ପଡୋଶୀଙ୍କ ଘରୁ ସୁନା ପିନ୍ଧିବା ପାଇ ମାଗିଥିଲେ ଓ ଏହା ପରେ ଫେରାଇବା ସମୟରେ ସୁନା ଆଉ ଚାବି କେଉଁ ଜାଗାରେ ରହୁଥିଲା ତାହା ମଧ୍ୟ ଦେଖୁଥିଲେ ।ତେବେ ଘରେ କେହି ନଥିବା ସମୟରେ ଏହାର ସୁଯୋଗ ଉଠାଇ ନିଜର ପଡୋଶୀ ଘରୁ ଚୋରି କରିଥିଲେ ସୁନୀତା। ଏହି ଘଟଣାରେ ତାଙ୍କୁ ଗିରଫ କରାଯିବା ପରେ ସେ ଅନ୍ୟ ଏକ ଆପାର୍ଟମେଣ୍ଟରେ ମଧ୍ୟ ଚୋରି କରିଥିବା ସେ ନିଜେ ମାନିଛନ୍ତି।

ପୋଲିସ ସୂଚନା ମୁତାବକ ଅଭିଯୁକ୍ତ ନିଳମାଧବଙ୍କର ସ୍ତ୍ରୀ ଆଲାମରିରେ ରଖିଥିବା ସୁନାର ଗୋଟେ ସୁନା ନେକ୍ଲେସ, ଗୋଟେ ଯୋଡ଼ି କାନ ଫୁଲ , ଏବଂ ଆଉ ସୁନା ଚେନ୍ ନାହିଁ। ପରେ ତାଙ୍କ ଝିଆରୀ ସୁନିତଙ୍କୁ ତାଙ୍କ ଚାବି ନେଉଥିବାର ଏବଂ ଚୋରି କରୁଥିବାର ଦେଖି ସେ କହିଥିଲା। ତାଙ୍କ ସହ ଦୁଇ ସହଯୋଗୀ ମାନସ ଯିଏ ଜଣେ ଅଟୋ ଚାଳକ ଓ ଖଣ୍ଡଗିରିରେ ଜ୍ୱେଲାରୀ ଦୋକାନର ମାଲିକ ସଞ୍ଜୟ ସାହୁଙ୍କ ଠାରୁ ଏକ୍ସଚେଞ୍ଜ କରୁଥିଲେ । ପରେ ଜାଣିବାକୁ ମିଳିଲା ସୁନୀତା ସୋନାଲି ଆପାର୍ଟମେଣ୍ଟର ଦେବଯାନୀ ସାହୁଙ୍କ ଘରେ କାମ କରୁଥିବା ସମୟରେ ଚୋରି କରିଥିବା ଜଣାପଡିଛି। ନିଜ ଭଦ୍ରାମି ଓ ଅତି ଚିକ୍କଣ କଥା କହି ଲୋକଙ୍କ ମନ ଜିତିଲା ପରେ ଚୋରି କରୁଥଳୀଏ ସୁନିତା | ପୋଲିସ ଗିରଫ କରିବା ପରେ ସେମାନଙ୍କ ପାଖରୁ ପାଖାପାଖି ପ୍ରାୟ ୭୦ ରୁ ୮୦ ଗ୍ରାମ ର ସୁନା ଜବତ କରିଛି ।

Advertisement

Leave a Reply

Your email address will not be published. Required fields are marked *