Pratidin TV

Odisha's Digital News Platform

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କ ମାମଲାରେ ଶୁଣାଣି ଦେବାକୁ ମନା କଲା ସୁପ୍ରିମକୋର୍ଟ…..

1 min read

ମନି ଲଣ୍ଡ୍ରିଂ ମାମଲାରେ ଫସିଥିବା ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରେ ଝଟକା | ତାଙ୍କ ଆବେଦନ ଶୁଣାଣି ବେଳେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସ୍ପଷ୍ଟ ଭାବେ ମନ କରିଦେଇଥିଲା ସୁପ୍ରିମ କୋର୍ଟ |ସୁପ୍ରିମ କୋର୍ଟ କହିଛି ଯେ ଏହି ସମୟରେ ଆମେ ଏହି ଆବେଦନ ଶୁଣିବାକୁ ପ୍ରସ୍ତୁତ ନାହିଁ କହି ହେମନ୍ତଙ୍କୁ ଝାଡ଼ଖଣ୍ଡ ହାଇ କୋର୍ଟ ଯିବାକୁ କହିଛି | ହାଇକୋର୍ଟରେ ଶୁଣାଣି ନ ହେଲେ ସୁପ୍ରିମକୋର୍ଟ ବାଟ ଖୋଲା ଅଛି ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।ତେବେ ଏହି ଆବେଦନ ଶୀଘ୍ର ଶୁଣାଣି କରିବାକୁ ରାଞ୍ଚି ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଆମେ ସାମ୍ବିଧାନିକ କୋର୍ଟକୁ ନିୟନ୍ତ୍ରଣ କରିବୁ। ସୁପ୍ରିମକୋର୍ଟଙ୍କ ଏହି ଆଭିମୁଖ୍ୟ ପରେ ବର୍ତ୍ତମାନ ହେମନ୍ତ ସୋରେନ ଶୀଘ୍ର ହାଇକୋର୍ଟରେ ଶୁଣାଣି ପାଇଁ ଦାବି କରିପାରିବେ।

ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସୋରେନ୍ ତାଙ୍କ ଆବେଦନରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିଥିଲେ । ଜମି ଦୁର୍ନୀତି ମାମଲାରେ ଜାନୁୟାରୀ ୩୧ତାରିଖ ରାତିରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ଇଡି ।

Advertisement

Leave a Reply

Your email address will not be published. Required fields are marked *