Pratidin TV

Odisha's Digital News Platform

ଦୁନିଆକୁ ଅଲବିଦା କହିଲେ ପୁନମ ପାଣ୍ଡେ , ୩୨ ବର୍ଷ ବୟସରେ ହୋଇଛି ତାଙ୍କର ପରଲୋକ….

1 min read

ନିଜର ବୋଲ୍ଡ ଲୁକ ଏବଂ ବିବାଦ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ ପାଣ୍ଡେଙ୍କର ପରଲୋକ ହୋଇଛି । ଏହି ଖବର ତାଙ୍କ ଟିମ୍ ଇନଷ୍ଟାଗ୍ରାମରେ ସେୟାର କରି ସୂଚନା ଦେଇଛନ୍ତି । ପୁନମ ପାଣ୍ଡେ ଗର୍ଭାଶୟ ଜନିତ କର୍କଟ ରୋଗରେ ପୀଡିତ ଥିଲେ । ଅଚାନକ ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ୩୨ ବର୍ଷିୟ ପୁନମ ପାଣ୍ଡେ ଗର୍ଭାଶୟ ଜନିତ କ୍ୟାନସରରେ ପୀଡିତ ଥିଲେ । ମଡେଲ-ଆକ୍ଟ୍ରେସ, ଇଣ୍ଟରନେଟ ସେନସେସନ ତଥା ମୋଷ୍ଟ କଣ୍ଟ୍ରୋଭର୍ସିଆଲ ଷ୍ଟାର ଥିଲେ ପୁନମ । ଏହାପରେ ବି ତାଙ୍କ ଭିତରେ ଥିବା ଦୟାଳୁ ଭାବ ଯୋଗୁ ସେ ସମସ୍ତଙ୍କ ନିକଟରେ ପହଞ୍ଚିପାରିଥିଲେ । ଆଜି ଶୁକ୍ରବାର ସକାଳେ ଉତ୍ତର ପ୍ରଦେଶରେ ଥିବା ତାଙ୍କ ନିଜ ଘରେ ପୁନମଙ୍କର ଦେହାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଖବର ପୁନମଙ୍କ ଟିମ୍ ସୋଶିଆଲ ମିଡିଆରେ ସେୟାର କରିଛନ୍ତି ।

ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଥିବା ପୋଷ୍ଟରେ ଲେଖା ଯାଇଛି , “ଆଜି ସକାଳ ଆମ ପାଇଁ କଷ୍ଟସାଧ୍ୟ । ଆପଣଙ୍କୁ ଜଣାଇବା ପାଇଁ ଆମେ ଅତ୍ୟନ୍ତ ଦୁଃଖିତ ଗର୍ଭାଶୟରେ କ୍ୟାନସର କାରଣରୁ ଆମେ ଆମର ପ୍ରିୟ ପୁନମଙ୍କୁ ସବୁଦିନ ପାଇଁ ହରାଇଦେଇଛୁ । ତାଙ୍କ ସହିତ ବିତାଇଥିବା ପ୍ରତ୍ୟେକଦିନ ଜୀବନ୍ତ ରୂପ ଶୁଦ୍ଧ ପ୍ରେମ ଏବଂ ଦୟା ପାଇଛୁ । ଏହି ଦୁଃଖ ସମୟରେ, ଆମେ ଗୋପନୀୟତା ପାଇଁ ଅନୁରୋଧ କରିବୁ । ଆମେ ତାଙ୍କ ସହ ବିତାଇଥିବା ପ୍ରତ୍ୟେକ ଜିନିଷ ପାଇଁ ତାଙ୍କୁ ସବୁବେଳେ ଆମେ ମନେପକାଇବୁ ।

ଏହି ପୋଷ୍ଟ ଦେଖିବା ପରେ ତାଙ୍କର ପ୍ରଶଂସକ ମାନେ ଦୁଃଖରେ ଭାଙ୍ଗିପଡିଛନ୍ତି । ଏହି ଖବର କୁ ନିଶ୍ଚିତ କରିବା ପାଇଁ ତାଙ୍କ ଟିମ୍ ସହିତ କଥା ହୋଇଥିଲେ । ତାଙ୍କ ଟିମ ମେମ୍ବର କହିଛନ୍ତି ଯେ କିଛିଦିନ ପୂର୍ବରୁ ସେ ଗର୍ଭାଶୟ ଜନିତ କ୍ୟାନସରରେ ପୀଡିତ ଥିଲେ । ତାଙ୍କର କ୍ୟାନସର ଶେଷ ପର୍ଯ୍ୟାୟରେ ଥିଲା । ସେ ୟୁପିରେ ଥିବା ନିଜ ଘରେ ରହୁଥିଲେ , ସେଠାରେ ସେ ଚିତ୍କିସିତ ହେଉଥିଲେ । ତାଙ୍କର ସମସ୍ତ ରୀତିନୀତି ମଧ୍ୟ ସେଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ପୁନମ୍ ପାଣ୍ଡେ କେବଳ ଜଣେ ଷ୍ଟାର ନଥିଲେ । ସେ ସମସ୍ତଙ୍କ ପାଇଁ ସାହସ , ଶକ୍ତି ଏବଂ ଧର୍ଯ୍ୟର ମଧ୍ୟ ଏକ ଉଦାହରଣ ଥିଲେ । ସ୍ୱାସ୍ଥ୍ୟ ଖରାପ ସତ୍ତ୍ୱେ ମଧ୍ୟ ତାଙ୍କର ସାହସ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ।

Leave a Reply

Your email address will not be published. Required fields are marked *