ଚାଲିଥିଲା ସ୍ୱାମୀଙ୍କ ୨ୟ ବାହାଘର , ହାତଗଣ୍ଠି ବେଳେ ପହଞ୍ଚିଗଲେ ପ୍ରଥମ ପତ୍ନୀ…
1 min readସ୍ୱାମୀଙ୍କ ପାଇଁ ବେଦିରେ ଟଣା ଓଟରା । ବେଦିରେ ବର କନ୍ୟାଙ୍କ ହାତଗଣ୍ଠି ପଡୁଥିବା ସେଠାରେ ପହଞ୍ଚି ଜଣେ ମହିଳା ହୋହାଲ୍ଲା କରିବାକୁ ଲାଗିଥିଲେ । ତାସହ ବେଦିରେ ବସିଥିବା ବରକୁ ନିଜ ସ୍ୱାମୀ ମଧ୍ୟ କହିଥିଲେ । ଆଉ ଏସୁ ଭିତରେ ବେଦିରୁ ଉଠି ବର ଓ କନ୍ୟା ଛୁ ମାରିଥିବା ବେଳେ ଘଟଣାଟି ଥାନାରେ ପହଞ୍ଚିଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ପାଟଣାଗଡ଼ ସାଲେପାଲି ଗାଁର ପ୍ରକାଶ ହରିପାଳ ୨୦୧୫ ମସିହାରେ ସେ ବୁର୍ଲା ଅଞ୍ଚଳର ପ୍ରିୟମ୍ୱଦାଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ବାହାଘର ପରେ ସ୍ୱାମୀ-ସ୍ତ୍ରୀ ମଧ୍ୟପ୍ରଦେଶ ପଳାଇ ଯାଇଥିଲେ। ସେଠାରେ ଉଭୟ ଖୁସିରେ ରହୁଥି । କିନ୍ତୁ ବିବାହର କିଛି ବର୍ଷ ପରେ ହଠାତ୍ ଦୁହିଁଙ୍କ ସର୍ମ୍ପକ ରେ ସୃଷ୍ଟି ହୋଇଥିଲା ଫାଟ । ସ୍ୱାମୀ ଓ ସ୍ତ୍ରୀଙ୍କ ଝଗଡ଼ା ଥାନାକୁ ଯାଇଥିଲା। ଉଭୟ ଅଲଗା ଅଲଗାଲେ ରହୁଥିଲେ।
ତେବେ ହଠାତ୍ ରବିବାର ପ୍ରିୟମ୍ୱଦା ଶୁଣିବାକୁ ପାଇଥିଲେ ସବାମୀଙ୍କ ବାହାଘର ଖବର । ରବିବାର ପାଟଣାଗଡ଼ ଟାଉନ୍ରେ ଥିବା ମେହେର ଧର୍ମଶାଳାରେ ଆୟୋଜନ କରାଯାଇଥିଲା ପ୍ରକାଶଙ୍କ ବାହାଘର । ବର ବେଶରେ ସଜେଇ ହୋଇଥିଲେ ପ୍ରକାଶ। ଆଉ ବେଦିରେ ବସିଥିଲେ ଆଉ ଜଣେ କନିଆଙ୍କ ସହ । ଠିକ୍ ଏହି ସମୟରେ ବେଦୀରେ ପହଞ୍ଚିଥିଲେ ପ୍ରିୟମ୍ୱଦା। ନିଜର ବାପା ମାଆ ଓ କିଛି ସମାଜସେବୀଙ୍କୁ ଧରି ମଣ୍ଡପରେ ପହଞ୍ଚି ଥିଲେ। ଆଉ ପ୍ରକାଶଙ୍କୁ ନିଜର ସ୍ୱାମୀ ବୋଲି ଦାବି କରିଥିଲେ। ଏହାପରେ ଉଭୟ ପରିବାର ମଧ୍ୟରେ ଆରମ୍ଭ ହୋଇଥିଲା ଘମାଘୋଟ ପାଟିତୁଣ୍ଡ । ଉଭୟଙ୍କ ଭିତରେ ଯୁକ୍ତିତର୍କ ଓ ଠେଲାପେଲା। ହୋ-ହଲ୍ଲା ଚାଲିଥିବା ବେଳେ ପ୍ରକାଶ ଓ ତପସ୍ୱିନୀ ( ୨ୟ କନିଆ)ପଳାଇ ଯାଇଥିଲେ।