Pratidin TV

Odisha's Digital News Platform

ରାଜନୀତିରେ ଏଣ୍ଟ୍ରି ମାରିଲେ ବିଜୟ , କରିଲେ ନୂଆ ଦଳ ଘୋଷଣା …

1 min read

ଅଭିନେତା ରୁ ରାଜନେତା । ଅଭିନୟ ପରେ ଏବେ ରାଜନୀତିରେ ଚଳାଇବେ ନିଜର ଯାଦୁ । ତାମିଲ ର ସୁପରଷ୍ଟାର ବିଜୟ ଥଲାପତି । ନିଜର ଅଭିନୟ ଏବଂ ନିଆରା ଷ୍ଟାଇଲ୍ ପାଇଁ ସେ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି । ଏବେ ସେ ନୁଆ ଇଂନିସ୍ ଆରମ୍ଭ କରିବାକୁ ଯାଉଛନ୍ତି । ପରଦାରେ ନୁହେଁ ରାଜନୀତିରେ ନିଜର କମାଲ ଦେଖାଇବେ ଅଭିନେତା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୀତିରେ ଏଣ୍ଟ୍ରି କରିଛନ୍ତି ବିଜୟ । ସେଥିପାଇଁ ଆଜି ନିଜର ଦଳ ମଧ୍ୟ ଘୋଷଣା କରିଛନ୍ତି । ଯାହାର ନାମ (Tamilaga Vetri Kazhagam ) ରଖିଛନ୍ତି ।

ଏହା ସହ ବିଜୟ ନିଜର ଏକ ବିବୃତି ମଧ୍ୟ ପ୍ରଦାନ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କି , ସେ ୨୦୨୪ ନିର୍ବାଚନ ଲଢିବେ ନାହିଁ ନାଁ ଏହି ନିର୍ବାଚନରେ କୌଣସି ପାର୍ଟିକୁ ସପୋର୍ଟ କରିବେ । ସେ ଏହି ନିଷ୍ପତ୍ତି ସାମାନ୍ୟ ଏବଂ କାର୍ଯ୍ୟକାରୀ ପରିଷଦର ବୈଠକ ଲାଗି କରିଛନ୍ତି । ବିଜୟ କହିଛନ୍ତି କି ମୁଁ ନିଜ ଦଳ “Tamilaga Vetri Kazhagam “ ରେଜିଷ୍ଟର କରିବା ଲାଗି ଆଜି ନିର୍ବାଚନ ଆୟୋଗରେ ଜାରି କରୁଛି । ଆମର ଲକ୍ଷ୍ୟ ଆଗାମୀ ୨୦୨୬ ବିଧାନସଭା ଲଢିବା ଏବଂ ଜିତିବା । ଏହା ସହ ରାଜନୀତିରେ ମୌଳିକ ପରିବର୍ତ୍ତନ ଆଣିବା , ଯାହା ଲୋକ ଚାହୁଁଛନ୍ତି ।

Advertisement

ତା ସହିତ ବିଜୟ ଏହା ମଧ୍ୟ କହିଛନ୍ତି ଯେ ସେ ଏକ ଦୁର୍ନିତୀମୁକ୍ତ ସରକାର ଗଠନ କରିବାକୁ ଚାହୁଁଛନ୍ତି । ଯାହା ଏକ ସ୍ୱଚ୍ଛ , ନିସ୍ୱାର୍ଥପର , ଜାତିମୁକ୍ତ , ଦୂରଦୃଷ୍ଟି ସମ୍ପନ୍ନ , ଦୁର୍ନିତୀମୁକ୍ତ ଏବଂ ଦକ୍ଷ ପ୍ରଶାସନ ଗଠନର କାରଣ ହେବ । ଅଭିନେତା ବିଜୟଙ୍କର ତାମିଲନାଡୁ ଏବଂ କେରଳରେ ବିପୁଳ ପ୍ରଶଂସକ ଅଛନ୍ତି ଏବଂ ସେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି । ସେ ୨୦୧୮ରେ ଥୁଥୁକୁଡି ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ, ଯାହା ତାଙ୍କ ରାଜନୈତିକ ପଦାର୍ପଣର ଗମ୍ଭୀରତାର ସଙ୍କେତ ଦେଇଥିଲା । ସେବେଠାରୁ ସାଉଥ୍ ସୁପରଷ୍ଟାରଙ୍କ ଫ୍ୟାନ୍ କ୍ଲବ୍ ବିଜୟ ମକ୍କାଲ ଇୟାକ୍କମ୍ ରାଜନୈତିକ କାର୍ଯ୍ୟକ୍ରମରେ ବେଶ ସକ୍ରିୟ ରହିଛନ୍ତି । ବିଜୟଙ୍କ ପୂର୍ବରୁ ମଧ୍ୟ ଅନେକ ତାମିଲ ଅଭିନେତା ରାଜନୀତିରେ ପ୍ରବେଶ କରିଛନ୍ତି । କେତକ ସଫଳ ହୋଇଛନ୍ତି ଆଉ କେତକ ରାଜନୀତିରେ ବିଫଳ ମଧ୍ୟ ହୋଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ବିଜୟଙ୍କର ରାଜନୈତିକ କ୍ୟାରିୟର କେତେ ସଫଳ ହେଉଛି ।

Leave a Reply

Your email address will not be published. Required fields are marked *