Pratidin TV

Odisha's Digital News Platform

ମାଟି କିଣି ହାଣ୍ଡି ଗଡ଼ୁଛୁ, ହେଲେ ଲାଭ ହେଉନାହିଁ ଦୁଇ ପଇସା….

1 min read

ମାଟି ତିଆରି ଉପକରଣ ବ୍ୟବହାରରେ ପୂର୍ବ ଭଳି ଆଉ ଚାହିଦା ନଥିଲେ ମଧ୍ୟ ଏବେବି କର୍ମ ଅକର୍ମ ଶୁଭାଶୁଭ କାର୍ଯ୍ୟରେ ଖୋଜାପଡିଥାଏ ମାଟି ତିଆରି ଉପକରଣ। ତଥାପି ନୟାଗଡ଼ ଜିଲ୍ଲାର ବହୁ କୁମ୍ଭକାର ଏବେବି ନିଜର କୌଳିକ ବୃତ୍ତିକୁ ଛାଡ଼ି ପାରିନାହାନ୍ତି। ସେହି ହାତ ତିଆରି ମାଟି ଉପକରଣ ଗଢାରେ ଆପଣେଇ ନେଇଛନ୍ତି । ମାତ୍ର ସେମାନଙ୍କର ପିଲାମାନେ ଏହି ବୃତ୍ତିରୁ ଦୂରେଇ ଯାଉଥିବା ଦେଖିବାକୁ ମିଳୁଛି। କାଠ ଓ ମାଟିର ଅଭାବ ସହ ପରିଶ୍ରମକୁ ତୁଳନାରେ ପାରିଶ୍ରମିକ କମ ମିଳୁଥୁବାରୁ ବୃତ୍ତିକୁ ନେଇ ପରିବାର ପୋଷଣ କରିବା ସମ୍ଭବ ନୁହେଁ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।ଆଜିର ସମୟରେ ମାଟିପାତ୍ରର ସ୍ଥାନ ଷ୍ଟିଲ, ରସ, ପ୍ଲାଷ୍ଟିକ ଉପକରଣକୁ ମଣିଷ ଆଦରି ନେଇଥିବାବେଳେ କୁମ୍ଭକାରଙ୍କ ବେଉଷାରେ ବହୁ ବାଧା ସୃଷ୍ଟି କରି କୂଳ ବେଉସା ବୁଡ଼ିଯିବାର ସମ୍ଭାବନା ସୃଷ୍ଟି କରିଛି।ତଥାପି ମାଟିରେ ବିଭିନ୍ନ ଉପକରଣ ତିଆରି କରି ବଂଶାନୁକ୍ରମେ ଉଭୟ ଜୀବନ ଓ ଜୀବିକା ରୂପେ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାରେ ପ୍ରୟାସ ଜାରି ରଖିଛନ୍ତି ନୟାଗଡ଼ର ବହୁ କୁମ୍ଭକାର ପରିବାର।ତେବେ ସରକାରୀ ସ୍ତରରେ ମାଟିପାତ୍ରର ଚାହିଦା ବୃଦ୍ଧି କରିବାରେ ସହାୟକ ଯୋଗେ କୁମ୍ଭକାରଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରଣୟନ କରାଗଲେ ଧିରେ ଧିରେ ଲୋପ ପାଇବାକୁ ବସିଥିବା ମାଟିପାତ୍ର ଚାହିଦା ବୃଦ୍ଧି ପାଇବା ସହ କୁମ୍ଭକାରମାନେ ଅଧିକ ସକ୍ରିୟ ହୋଇ ପାରନ୍ତେ ବୋଲି ମତପ୍ରକାଶ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *