Pratidin TV

Odisha's Digital News Platform

ଏବେ ବଲାଙ୍ଗୀରିର ନୂଆ ଜିଲ୍ଲପାଳ ଶିବାଜୀ ଇସଲୱାର..

1 min read

ବଲାଙ୍ଗିର ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଲେ କୋରାପୁଟ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଯୁବ ଆଇଏଏସ୍ ଗୌରଭ ଶିବାଜୀ ଇସଲୱାର। ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ବେଳେ ଏବେ ବଲାଙ୍ଗିର ଜିଲ୍ଲାପାଳ ଭାବେ ଓଡ଼ିଶା ସରକାରଙ୍କ ଦ୍ୱାରା ଅବସ୍ଥାପିତ ହୋଇ ଦାୟିତ୍ଵ ଗ୍ରହଣ କରିଛନ୍ତି ଯୁବ ଜିଲ୍ଲାପାଳ ଶ୍ରୀ ଗୌରଭ ଶିବାଜୀ ଇସଲୱାର। ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ, ପିଡି ଡିଆରଡିଏ, ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ବଲାଙ୍ଗୀର ରାଜ୍ୟର ଏକ ଗୁରୁତ୍ୟପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ବଢୁଥିବା ନିଶା ବେପାର, ଅବାଧ ମଦ ବିକ୍ରୀକୁ ରୋକ, ଜିଲ୍ଲାରେ ବଢୁଥିବା କ୍ରାଇମ୍,ଗୋ ଚାଲାଣ ରୋକିବା, ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର, ପର୍ଯ୍ୟଟନ କ୍ଷେତ୍ରର ବିକାଶ, ଶିଳ୍ପର ଉନ୍ନତିକରଣ ଆଦି ନୂତନ ଜିଲ୍ଲାପାଳଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ରହିବ। ପରେ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାକ୍ଷାତ ଆଲୋଚନା କରିବା ସମୟରେ ଜିଲ୍ଲାର ଲୋୟର ସୁକତେଲ ପ୍ରକଳ୍ପ, ବିସ୍ଥାପିତ ଲୋକଙ୍କ ଦୁଃଖ,ସ୍ୱାସ୍ଥ୍ୟ, କୃଷି ତଥା ଅପହଞ୍ଚ ଅଞ୍ଚଳର ମୌଳିକ ସମସ୍ୟା ତୁରନ୍ତ କାର୍ଯ୍ୟନୁଷ୍ଠାନ ସହ ବିକାଶ କ୍ଷେତ୍ରରେ ଗୁରୁତ୍ତ୍ଵ ପ୍ରଦାନ ପୂର୍ବକ କାର୍ଯ୍ୟ କରିବାକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଆଜି ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ଜିଲ୍ଲାପାଳଙ୍କ ଠାରୁ ଜିଲ୍ଲାବାସୀ ଅନେକ କିଛି ଆଶା ରଖିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *