Pratidin TV

Odisha's Digital News Platform

ଭେଟେରାନ ଅଭିନେତା ସାଧୁମେହେରଙ୍କ ପରଲୋକ , ଗଭୀର ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ …

1 min read

ଆଉ ନାହାନ୍ତି ଭେଟେରାନ ଅଭିନେତା ସାଧୁ ମେହେର । ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା ।  ତେବେ ତାଙ୍କର ଦେହାନ୍ତର ଖବର ଦେଇଛନ୍ତି ବରିଷ୍ଠ ନିର୍ଦ୍ଦେଶକ ସବ୍ୟସଚୀ ମହାପାତ୍ର । ସେ ଏକାଧାରରେ ଜଣେ ଅଭିନେତା , ନିର୍ଦ୍ଦେଶକ ଏବଂ ପ୍ରଯୋଜକ । ଓଡିଆ ଏବଂ ହିନ୍ଦି ସନେମାରେ ଅଭନୟ କରି ଦର୍ଶକ ମାନଙ୍କର ହୃଦୟ ଜିତିପାରିଥିଲେ । ହିନ୍ଦୀ ଚଲଚ୍ଚିତ୍ର ଭୁବନ ଶୋମ , ଅଙ୍କୁର , ମୃଗୟା ଆଦିରେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡ଼ିଯାଇଛନ୍ତି । ଅଙ୍କୁର ଚଳଚ୍ଚିତ୍ର ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା ।

ସାଧୁମେହେର ୧୯୪୦ ଜାନୁଆରୀ ୧ ତାରିଖରେ ବୌଦ୍ଧ ଜିଲ୍ଲା ଗୁଡଭେଲିପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ବୁଣାକାର ଥିଲେ । ସମ୍ବଲପୁର ସହରରେ ତାଙ୍କର ଶିକ୍ଷା ଆରମ୍ଭ କରିଥିଲେ । ପିଲାଟି ଦିନରୁ ଅଭିନୟ ପ୍ରତି ବେସ୍ ଦୁର୍ବଳତା ଥିଲା । ଅଭନୟରେ ସେ ଏତେ ମଗ୍ନ ଥିଲେ ଯେ ପିତାଙ୍କ ମୃତ୍ୟୁଖବର ପାଇବା ପରେ ମଧ୍ୟ ସେ ମଞ୍ଚ ଛାଡି ନ ଯାଇ ଅଭିନୟ ସମାପ୍ତ କରିଥିଲେ । ସ୍ନାତକ ଶିକ୍ଷାପରେ ସେ ପୁନାର ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଯାଇ ଅଭିନୟରେ ଡିପ୍ଲୋମା କରିଥିଲେ । ତାପରେ ସେ ଥିଏଟର ରେ ଯୋଗଦେଲେ । ଏବଂ ସତ୍ୟଦେବ ଦୁବେଙ୍କ ନିର୍ଦ୍ଦେଶନାରେ ନାଟକରେ ଅଭିନୟ କରିଥିଲେ ।

Advertisement

ନିଜର ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଜତୀୟ ସ୍ତରରେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ ଥିଲେ । ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ରରେ ସମ୍ମାନୀତ ହୋଇଥିବା ପ୍ରଥମ ଓଡିଆ ଅଭିନେତା । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାସହିତ ଭେଟେରାନ ଅଭିନେତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନା କରିଛନ୍ତି ।

Leave a Reply

Your email address will not be published. Required fields are marked *