Pratidin TV

Odisha's Digital News Platform

ଚାଲି ଚାଲି ଥକିଗଲେ ମଦ୍ୟପ ଫୋନ୍ କରି ଆମ୍ବୁଲାନ୍ସକୁ ଡାକିଲେ , କହିଲେ ଏଇଠୁ ନିଅ ନହେଲେ ବେହୋସ ହୋଇଯିବି …

1 min read

ସାଧାରଣତଃ ଗୋଟିଏ ସ୍ଥାନର ଆଉ ଗୋଟିଏ ସ୍ଥାନକୁ ଯିବାକୁ ହେଲେ ଲୋକେ ଚାଲି ଚାଲି ଯାଇଥାନ୍ତି । ନହେଲେ ଲୋକେ ବାଇକ୍ କିମ୍ବା ସ୍କୁଟି , ବସ୍ , କ୍ୟାବ ସହାୟତରେ ଯାତାୟତ କରିଥାନ୍ତି । ହେଲେ ତେଲଙ୍ଗାନାର ମଦ୍ୟପ , ଚାଲି ଚାଲି ଥକି ଯିବା ପରେ ଏମିତି କିଛି କାମ କରିଛନ୍ତି । ଯାହା ନାଁ କେବେ ଶୁଣିଛନ୍ତି , ନାଁ କେବେ ଏମିତି କିଛି ହୋଇଛି ।

ମଦ୍ୟପ ଜଣକ ଚାଲି ଚାଲି ଥକିଯିବା ପରେ ବସ୍ କିମ୍ବା ଅଟୋ ,କ୍ୟାବର ସହାୟତା ନେବା ପରିବର୍ତ୍ତେ ସିଧାସଳଖ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆଉ ତା’ପରେ ଯାହା କହିଥିଲେ ସେ ସବୁ ଶୁଣିଲେ ତାଜୁବ ହୋଇଯିବେ । ଫୋନ କରି ସେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କହିଥିଲେ, ‘ମୋର ଆଉ ବଳ ପାଉନି, ମୁଁ ଆଉ ଚାଲିପାରୁ ନାହିଁ । ଭୁବନାଗିରିକୁ ଶୀଘ୍ର ଗାଡି ପଠାନ୍ତୁ । ମୋତେ ଟିକେ ଲିଫ୍ଟ ଦିଅନ୍ତୁ’ । ଏତିକି କହି ସେ ସାଙ୍ଗେ ସାଙ୍ଗେ କଲ୍ କାଟି ଦେଇଥିଲେ । ମଦ୍ୟପଙ୍କ କଲ୍ କୁ ଜରୁରୀକଳୀନ ଆଲର୍ଟ ଭାବେ ବିଚାର କରି କଲ୍ ପାଇଥିବା ଆମ୍ବୁଲାନ୍ସ କର୍ମଚାରୀ ସୂଚିତ ହୋଇଥିବା ଜାଗାରେ ଆସି ପହଞ୍ଚି ଥିଲେ । ପରେ ଯେତେବେଳେ ଆମ୍ବୁଲାନ୍ସ କର୍ମଚାରୀମାନେ ପୁନର୍ବାର ଫୋନ କରିଥିଲେ, ସେମାନେ ସେଠାରେ ମଦ୍ୟପଙ୍କୁ ପାଇଥଲେ । ଆମ୍ବୁଲାନ୍ସରେ ନିୟୋଜିତ ମେଡିକାଲ କର୍ମଚାରୀ ମଦ୍ୟପଙ୍କୁ ଡାକିବାର କାରଣ ପଚାରିଥିଲେ । ଏହା ପରେ ସେ କହିଥିଲେ ଯେ ତାଙ୍କ ଘର ଜଙ୍ଗୋନ ଜିଲ୍ଲାରେ ଅଛି । ସେ ଭୁବନଗିରି ଜିଲ୍ଲା ରୁ ସେଠାକୁ ଯାଉଛନ୍ତି ।ରାତି ବହୁତ ହେଲାଣି, ତେଣୁ ସେ ଯିବା ପାଇଁ ବସ୍‌, ଟ୍ୟାକ୍ସି କିମ୍ବା ଅନ୍ୟ କୌଣସି ମାଧ୍ୟମ ଖୋଜିବାକୁ ସକ୍ଷମ ନୁହଁନ୍ତି । ମଦ୍ୟପ ଜଣକ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ତାଙ୍କୁ ଜଙ୍ଗଙ୍ଗୋନକୁ ପଠାଇବାକୁ ଅନୁରୋଧ କରିଥିଲେ । କାରଣ ଯଦି ସେ ଆଗକୁ ଚାଲିବେ ତେବେ ସେ ଚେତାଶୂନ୍ୟ ହୋଇଯିବେ । ସେଥିପାଇଁ ସେ ଆମ୍ୱୁଲାନ୍ସ ଡାକିଥିଲେ ବୋଲି କହିଥିଲେ।

Advertisement

ସୂଚନାଥାଉ କି, ତେଲଙ୍ଗାନାର ଭୁବନାଗିରି ଜିଲାରୁ ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି । ମଦ୍ୟପ ଜଣକ ହେଲେ ରମେଶ । ହଠାତ୍ ସେ ଗୋଟିଏ ସରକାରୀ ଆମ୍ବୁଲାନ୍ସକୁ ଫୋନ କରି ଡାକିଥିଲେ । କଲ୍ କାଟିବା ପରେ ମଦ୍ୟପଙ୍କ କଲକୁ ଜରୁରୀକାଳୀନ ଭାବେ ବିଚାର କରି କଲ ପାଇଥିବା କର୍ମଚାରୀ ତୁରନ୍ତ ଫୋନରେ ସୂଚନା ଦିଆଯାଇଥିବା ସ୍ଥାନକୁ ଆମ୍ବୁଲାନ୍ସ ପଠାଇଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ଯେତେବେଳେ ଆମ୍ବୁଲାନ୍ସ କର୍ମଚାରୀମାନେ ପୁନର୍ବାର ରମେଶଙ୍କୁ ଫୋନ କରିଥିଲେ । ରମେଶ ସାଙ୍ଗେ ସାଙ୍ଗେ ଆସି ଗାଡି ପାଖରେ ପହଞ୍ଚିଥିଲେ । ପରେ କର୍ମଚାରୀଜଣକ ତାଙ୍କୁ ଡାକିବାର କାରଣ ପଚାରିଥିଲେ । ଉତ୍ତରରେ ରମେଶ କହିଥିଲେ, ମୋ ଘର ଜଙ୍ଗୋନ ଜିଲାରେ । ଭୁବନଗିରରୁ ସେଠାକୁ ଯିବା କଷ୍ଟକର । ରାତି ବି ବହୁତ ହେଲାଣି । ଯିବା ପାଇଁ ବସ, ଟ୍ୟାକ୍ସି କିମ୍ବା ଅନ୍ୟ କୌଣସି ଗାଡି ଖୋଜିବାକୁ ମୁଁ ସକ୍ଷମ ନୁହେଁ । ମୋତେ କିଛି ନ ହେଲେ ଜନଗାଁ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ନତୁବା ମୁଁ ବେହୋସ ହୋଇଯିବି ।

ରମେଶଙ୍କ କଥା ଶୁଣି ଆମ୍ବୁଲାନ୍ସ କର୍ମଚାରୀ ତାଜୁବ ହୋଇଯାଇଥିଲେ । ପରେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, ଆମ୍ବୁଲାନ୍ସ ସେବା କେବଳ ଜରୁରୀକାଳୀନ ରୋଗୀଙ୍କ ପାଇଁ । ଏଥିରେ କାହାକୁ ଲିଫ୍ଟ ଦିଆଯାଇ ନ ଥାଏ । କର୍ମଚାରୀ ମାନେ ଯେତେ ବୁଝେଇଲେ ବି ରମେଶ ବୁଝିବାକୁ ନାରାଜ । ସେ ବାରମ୍ବାର ସେହି ଗୋଟିଏ କଥା ହିଁ କହୁଥିଲେ ।

Leave a Reply

Your email address will not be published. Required fields are marked *