Pratidin TV

Odisha's Digital News Platform

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଛାଇଲା ଜୈସୱାଲଙ୍କ ଯାଦୁ , ତୃତୀୟ ଯୁବ କ୍ରିକେଟର ବନି ଭାଙ୍ଗିଲେ ରେକର୍ଡ …

1 min read

ନୂଆଦିଲ୍ଲୀ ; ଭାରତ ବନାମ ଇଂଲଣ୍ଡ ୨ୟ ଟେଷ୍ଟ ମ୍ୟାଚ୍‌ରେ ଛାଇଲା ଯଶସ୍ୱୀଙ୍କ ଯାଦୁ । କ୍ରିକେଟ କ୍ୟାରିୟରର ପ୍ରଥମ ଦ୍ୱିଶତକ ମାରି ସର୍ବକନିଷ୍ଠ ଭାରତୀୟ ଖେଳାଳି ବନିଛନ୍ତି ଯଶସ୍ୱୀ ଜୈସୱାଲ । ବିଶାଖାପାଟନମରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଏହି ରେକର୍ଡ ଭାଙ୍ଗିଛନ୍ତି ଯଶସ୍ୱୀ ।

ସୁନୀଲ ଗାଭାସ୍କର ଏବଂ ବିନୋଦ କାମ୍ବଲିଙ୍କ ପରେ ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ଯଶସ୍ୱୀ ହେଉଛନ୍ତି ତୃତୀୟ କନିଷ୍ଠ ଭାରତୀୟ। ଯଶସ୍ୱୀ ଜୈସୱାଲ ୨୭୭ ବଲରେ ଟେଷ୍ଟ କ୍ରିକେଟରେ ତାଙ୍କର ପ୍ରଥମ ଡବଲ ଶତକ ହାସଲ କରିଥିଲେ। ସେ ଚାରି ସ୍କୋର କରି ଏକ ଦ୍ୱାଦଶ ଶତାବ୍ଦୀର ସ୍କ୍ରିପ୍ଟ ଲେଖିଥିଲେ।

ଗତକାଲି ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ସେ ୧୭୯ ରନ୍ କରି ଅପରାଜିତ ରହିଥିଲେ। ପୁନଃ ପାଳି ଆରମ୍ଭ କରି କ୍ୟାରିଆରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ୨୯୦ ବଲରେ ୨୦୯ ରନ୍ ସଂଗ୍ରହ କରିଛନ୍ତି ଯଶସ୍ୱୀ। ଏଥିମଧ୍ୟରେ ୧୮ଟି ଚୌକା ଏବଂ ୭ଟି ଛକା ରହିଛି। ଏହି ରେକର୍ଡ ସହ ଯଶସ୍ୱୀ ଦ୍ୱିଶତକ ହାସଲ କରିବାରେ ଭାରତର ତୃତୀୟ ସର୍ବକନିଷ୍ଟ କ୍ରିକେଟର ହେବା ସହ ଚତୁର୍ଥ ବାମହାତି ବ୍ୟାଟର ହୋଇଛନ୍ତି।

Leave a Reply

Your email address will not be published. Required fields are marked *