Pratidin TV

Odisha's Digital News Platform

ପଦ୍ମଶ୍ରୀ.ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ମିଳିଲା ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମାନ , ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

1 min read

ଆଜିଠୁ ଆରମ୍ଭ ହୋଇଛି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସମସ୍ତେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ମାତୃଭାଷା ଓଡ଼ିଆର ପ୍ରଚାର, ପ୍ରସାର ଓ ବିକାଶ ପାଇଁ ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହି ଅବସରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମାନରେ ବିଶିଷ୍ଟ ଭାଷାବିତ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ମାନପତ୍ର ସହ କୋଡ଼ିଏ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ଏହି ସମ୍ମିଳନୀରେ ଓଡ଼ିଶାର ଗୌରବମୟ ଅତୀତ, ପରିବର୍ତ୍ତନଶୀଳ ବର୍ତ୍ତମାନ ଓ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ । ୩ଟି ବିସ୍ତୃତ ବିଷୟ ଓ ସମୟସୀମା ପ୍ରାଚୀନ, ମଧ୍ୟ ଓ ଆଧୁନିକ ଉପରେ ଆୟୋଜିତ ହୋଇଛି ପ୍ରଦର୍ଶନୀ । ୫ ବରପୁତ୍ରଙ୍କ ନାଁରେ ସମ୍ମିଳନୀ କକ୍ଷ କରାଯାଇଛି । ସମ୍ମିଳନୀରେ ସାମିଲ ହେଉଛନ୍ତି ଦେଶ ବିଦେଶର ଖ୍ୟାତିସମ୍ପନ୍ନ ଭାଷାବିତ୍‌, ଲେଖକ ଓ ସାହିତ୍ୟିକ । ମୋଟ୍ ୧୭ଟି ଅଧିବେଶନ ରହିଛି । ଉଦଘାଟନୀ ଦିବସରେ ଜଗନ୍ନାଥ ସଂସ୍କୃତି ଉପରେ ସ୍ୱତନ୍ତ୍ର ଅଧିବେଶନ କରାଯାଉଛି । ଏଥିରେ ଦେଶ ବିଦେଶରୁ ୧୦୦ ରୁ ଅଧିକ ଭାଷାବିତ ଯୋଗଦେଇ ସେମାନଙ୍କର ମତ ରଖିବେ । ସମସ୍ତଙ୍କ ମତକୁ ଆଧାର କରି ଆଗାମୀ ଦିନ ପାଇଁ ଓଡ଼ିଆ ଭାଷାକୁ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରିବେ ରାଜ୍ୟ ସରକାର । ଏହି ସମ୍ମିଳନୀ ଜନତା ମଇଦାନରେ ତିନି ଦିନ ଧରି ଅନୁଷ୍ଠିତ ହେବ ।

Advertisement

Leave a Reply

Your email address will not be published. Required fields are marked *