Pratidin TV

Odisha's Digital News Platform

ଏଥର ଡରରେ ଥରିବେ ବୈଦେଶିକ ଶତୃ , ଭାରତୀୟ ନୌସେନାରେ ସାମିଲ ହେଲା INS ସନ୍ଧ୍ୟାକ …

1 min read

ବଢିଲା ଭାରତୀୟ ନୌସେନାର ଶକ୍ତି । ଏବେ ସମୁଦ୍ର ଭିତରେ ପସି ଶତୃର ଗର୍ବ ଭାଙ୍ଗିବ  INS  ସନ୍ଧ୍ୟାକ । ଭାରତୀୟ ନୌସେନାରେ ସାମିଲ ହୋଇଛି ସ୍ୱେଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ଜାହାଜ  INS  ସନ୍ଧ୍ୟାକ । ଆଜି  INS  ସନ୍ଧ୍ୟାକକୁ ଆନୁଷ୍ଠାନିକ ଭାବେ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ବିଶାଖପାଟଣାସ୍ଥିତ ନାଭାଲ ଡକୟାର୍ଡରେ ଏହାକୁ ଉନ୍ମୋଚିତ କରିଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଏହି ସମାରୋହରେ ରାଜନାଥ ସିଂଙ୍କ ସହିତ ନୌସେନା ମୁଖ୍ୟ ଆଡମିରାଲ ଆର. ହରିକୁମାର, ଭାଇସ ଆଡମିରାଲ ରାଜେଶ ପେନ୍ଧାରକର ଓ ନୌସେନା ଅଧିକାରୀମାନେ ସାମିଲ ଥିଲେ । ସେହିପରି ଗାର୍ଡନ ରିଚ୍ ସିପ୍ ବିଲଡର୍ସ ଆଣ୍ଡ ଇଞ୍ଜିନିୟର୍ସର ଅଫିସରମାନେ ବି ଏହି ଉତ୍ସବରେ ସାମିଲ ଥିଲେ । କୋଲକାତାର ଗାର୍ଡନ ରିଚ୍ ସିପ୍ ବିଲଡର୍ସ ଆଣ୍ଡ ଇଞ୍ଜିନିୟର୍ସରେ ନିର୍ମିତ ଆଇଏନଏସ ସନ୍ଧ୍ୟାକ , ଲମ୍ବା ୧୧୦ ମିଟର ହୋଇଥିବାବେଳେ ଓଜନ ୩ ହଜାର ୮୦୦ ଟନ । ଏହାର ଯନ୍ତ୍ରାଂସ ମଧ୍ୟରୁ ୮୦ ପ୍ରତିଶତ ହେଉଛି ସ୍ୱଦେଶୀ ନିର୍ମିତ । ଏଥିରେ ଦୁଇଟି ଡିଜେଲ ଇଞ୍ଜିନ ରହିଛି । ବିଗତ ୨୦୨୧ ଜୁନ ୪ରେ ଡିକମିସନିଂ ହୋଇଥିବା ସନ୍ଧ୍ୟାକର ଏହା ନୂଆ ଭର୍ସନ । ଏହା ଘଣ୍ଟ।କୁ ୧୮ ନଟିକାଲ ମାଇଲ ବେଗରେ ଗତି କରିଥାଏ ଏବଂ କ୍ରମାଗତ ୨୫ ଦିନ ଗତି କରିପାରିଥାଏ । ଆଇଏନଏସ ସନ୍ଧ୍ୟାକ ହେଉଛି ଏକ ସର୍ବକ୍ଷେଣ ଯୁ୍‌ଦ୍ଧ ଜାହାଜ ।

Advertisement

ଭାରତୀୟ ସମୁଦ୍ର ସୀମାରେ ଶତୃ ଦେଶର ଜାହଜ ଉପରେ କଡା ନଜର ରଖିବେ । ସନ୍ଧ୍ୟାକର ସର୍ବକ୍ଷେଣ ରେଞ୍ଜ ହେଉଛି ୧୧ ହଜାର କିଲୋମିଟର । ଭାରତରେ କୌଣସି ବି ବନ୍ଦରରେ ରହି ଭାରତୀୟ ସୀମା ଉପରେ ନଜର ରଖି ପାରିବ । ଏହି ଜାହାଜରେ ଯୁ୍‌ଦ୍ଧ ହେଲିକେପ୍ଟର ଚେତକକୁ ମଧ୍ୟ ନିୟୋଜିତ କରାଯିବାର ବ୍ୟବସ୍ଥା ରହିଛି ।ଏବେ ଭାରତୀୟ ମହାସାଗରରେ ଦବଦବା ଦେଖାଇବ ଆଇଏନଏସ ସନ୍ଧ୍ୟାକ

Leave a Reply

Your email address will not be published. Required fields are marked *