Pratidin TV

Odisha's Digital News Platform

ହେମନ୍ତଙ୍କୁ ମିଳିଲା କୋର୍ଟରୁ ଆଶ୍ୱସ୍ତି , ଫ୍ଲୋର ଟେଷ୍ଟରେ ଭାଗ ନେବାକୁ ମିଳିଲା ଅନୁମତି ..

1 min read

ହେମନ୍ତଙ୍କୁ ମିଳିଲା କୋର୍ଟରୁ ଆଶ୍ୱସ୍ତି । ୫ ଓ ୬ ତାରିଖରେ ହେବାକୁ ଥିବା ଆସ୍ଥା ଭୋଟରେ ଭାଗ ନେବାକୁ କୋର୍ଟ ଦେଇଛି ଅନୁମତି । ରାଞ୍ଚିର ଏକ ସ୍ୱତନ୍ତ୍ର ଅଦାଲତ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆସ୍ଥା ଭୋଟରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି । ସୂଚନାଯୋଗ୍ୟ ଆସନ୍ତା ୫ ତାରିଖରେ ବିଧାନସଭାରେ ଚମ୍ପାଇ ସୋରେନ୍‌ଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡର ମେଣ୍ଟ ସରକାରଙ୍କ ଆସ୍ଥା ଭୋଟ ହେବ । ମନ୍ତ୍ରୀ ଆଲମଗିରି ଆଲମ କ୍ୟାବିନେଟ୍ ବୈଠକ ପରେ ଏ କଥା କହିଥିଲେ । ହେମନ୍ତ ସୋରେନ୍‌ଙ୍କ ଇସ୍ତଫା ପରେ ଜେଏମ୍‌ଏମ୍ ବିଧାୟକ ଦଳର ନେତା ଚମ୍ପାଇ ସୋରେନ୍ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।


ହେମନ୍ତ ସୋରେନ ବିଧାନସଭାରେ ବରହେଟ୍ ବିଧାନସଭାରୁ ପ୍ରତିନିଧିତ୍ୱ କରୁଛନ୍ତି । । ଏଣୁ ସେ ଫେବୃଆରୀ ୫ରେ ୧୧ଟାରେ ଘଣ୍ଟାଏ ଲାଗି ବିଧାନସଭାରେ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଉ ବୋଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହାର ଶୁଣାଣି କରି କୋର୍ଟ ଏଥିରେ ଭାଗ ନେଇପାରିବେ ବୋଲି ଅନୁମତି ଦେଇଛି । ଉଲ୍ଲେଖଯୋଗ୍ୟ, ହେମନ୍ତ ସୋରେନଙ୍କୁ ଶୁକ୍ରବାର କୋର୍ଟ ୫ ଦିନ ପାଇଁ ଇଡି ହେପାଜତକୁ ପଠାଇ ଦେଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବାର କିଛି ଘଣ୍ଟା ପୂର୍ବରୁ ହେମନ୍ତ ସୋରେନ୍ ଜାନୁଆରି ୩୧ ତାରିଖରେ ଚମ୍ପାଇ ସୋରେନଙ୍କୁ ତାଙ୍କ ଉତ୍ତରଧିକାରୀ ଭାବରେ ମନୋନୀତ କରିଥିଲେ । ଶୁକ୍ରବାର ଦିନ ଚମ୍ପାଇ ସୋରେନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *