Pratidin TV

Odisha's Digital News Platform

ଭୂମିକା ଚକ୍ଷୁ ହସ୍ପିଟାଲ ନିକଟରୁ ଉଦ୍ଧାର 6 ଫୁଟ ଲମ୍ବର ଏକ ବିଷାକ୍ତ ସାପ..

1 min read

ଶୀତୁଆ ସକାଳ ପ୍ରାୟ ୮ଟା ସମୟ ଏକ ୬ ଫୁଟ ଲମ୍ବ ବିଶିଷ୍ଟ ଏକ ବିଷାକ୍ତ ସାପ ଗରାପୁର ଛକ ନିକଟରେ ଥିବା ଭୂମିକା ଚକ୍ଷୁ ହସ୍ପିଟାଲ ପଛପଟ ଗେଟ ପାଖରେ ବୁଲୁଥିବାର ଦେଖିବାକୁ ମିଳିଥିଲା | ପ୍ରଥମେ ଏହାକୁ ହସ୍ପିଟାଲର ଜଣେ କର୍ମଚାରୀ ଦେଖି ଚିତ୍କାର କରିଉଠିଥିଲେ ଏହି ଚିତ୍କାର ଶୁଣି ନିକଟରେ ଥିବା ଦୋକାନୀ ଓ ହସ୍ପିଟାଲରେ ଥିବା ଲୋକମାନେ ସାପଟିକୁ ଦେଖିବାପାଇଁ ଭିଡ଼ ଲାଗିଯାଇଥିଲା | ପରେ ହସ୍ପିଟାଲ୍ ର କର୍ମଚାରୀମାନେ ସ୍ନେକ ହେଲ୍ପଲାଇନକୁ ଫୋନ କରି ଡ଼କାଇଥିଲେ | ଖବର ପାଇ ସ୍ନେକ ହେଲ୍ପଲାଇନ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ନେଇଯାଇଥିଲେ | ଅନ୍ୟପକ୍ଷରେ ସାପକୁ ଉଦ୍ଧାର କରିସାରିବା ପରେ ଏବେ ଲୋକଙ୍କ ମନରେ ଆଉ ଏକ ପ୍ରଶ୍ନ ପାଇଁ ଭୟ ସୃଷ୍ଟି ହୋଇଛି ଯେ ଗୋଟେ ସାପ ସହ ତା ଯୋଡିଦାର ନିଶ୍ଚିତ ଏହି ଜାଗାକୁ ଆସି ତା ଯୋଡିକୁ ଆସି ଖୋଜିବ ! ଏଥିଯୋଗୁଁ ଲୋକ ସତର୍କ ହୋଇଯାଇଛନ୍ତି |

Advertisement

Leave a Reply

Your email address will not be published. Required fields are marked *