Pratidin TV

Odisha's Digital News Platform

ବିବାହର ୮ ବର୍ଷ ପରେ ପତ୍ନୀଙ୍କ ମୁହଁ ଦେଖାଇଲେ ପୂର୍ବତନ କ୍ରିକେଟର ଇରଫାନ୍ ପଠାନ୍ । ପ୍ରଶଂସକ କହିଲେ …

1 min read

ନୂଆଦିଲ୍ଲୀ ; ଦୀର୍ଘ ୮ ବର୍ଷ ପରେ ସ୍ତ୍ରୀ ର ମୁହଁ ଦେଖାଇଲେ ପୂର୍ବତନ କ୍ରିକେଟର ଇରଫାନ ପଠାନ୍ । ନିଜ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଏହି କ୍ରିକେଟର । ତେବେ ରବିବାର ତାଙ୍କ ଅଷ୍ଟମ ବିବହା ବାର୍ଷିକ ବା ଆନିଭର୍ସରିରେ ସେ ସୋସିଅଲ ମିଡିଆରେ ନିଜ ପତ୍ନୀଙ୍କ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ତାଜୁବ୍ କରିଦେଇଛନ୍ତି । କାରଣ ସେ ବିବାହ କରିବା ଦିନରୁ ପତ୍ନୀ ସଫା ବାଗ୍‌ଙ୍କୁ ସୋସିଆ ମିଡିଆରେ ରିଭିଲ୍ କରିନଥିଲେ ।

ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର ଇରଫାନ ପଠାନ ଦୀର୍ଘ ୮ ବର୍ଷ ହେବ ସେ ପତ୍ନୀଙ୍କ ମୁହଁ ଲୁଚା ଫଟୋ /ହିଜାବରେ ଦିଅନ୍ତି । କିନ୍ତୁ ନିଜ ଅଷ୍ଟମ ବିବାହ ବାର୍ଷିକରେ ସେ ଟ୍ୱିଟର ଯଥା X ରେ ସେୟାର କରି ସ୍ତ୍ରୀ ଙ୍କ ଫଟୋ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟ ସହିତ ସେ ଲେଖିଛନ୍ତି, ଅନେକ ଭୂମିକା ସମାନ ବ୍ୟକ୍ତିଙ୍କ ଦ୍ୱାରା ଖେଳାଯାଏ – ମୁଡ୍ ବୁଷ୍ଟର୍, ହାସ୍ୟ ଅଭିନେତା, ଅସୁବିଧା ର ସାଥୀ ଏବଂ ମୋ ପିଲାମାନଙ୍କର ନିରନ୍ତର ସାଥୀ, ବନ୍ଧୁ ଏବଂ ମା । ଏହି ସୁନ୍ଦର ଯାତ୍ରାରେ ମୁଁ ତୁମକୁ ମୋ ପତ୍ନୀ ଭାବରେ ଭଲପାଏ ।ମୋର ପ୍ରେମ କୁ ୮ ବର୍ଷ ପୁରିଲା ।

ଏହି ପୋଷ୍ଟଟି ସେୟାର ହେବା ମାତ୍ରେ ପ୍ରଶଂସକଙ୍କ ଖୁସିର କୌଣସି ସୀମା ନଥିଲା । ସେ ଆଠ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପତ୍ନୀଙ୍କ ଚେହେରା ଦେଖାଇ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, ଶେଷରେ ପ୍ରଥମ ଥର ପାଇଁ ତାଙ୍କ ଚେହେରା ଦେଖାଇଲେ । ଅଭିନନ୍ଦନ ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, କେବଳ ତାଙ୍କ ଡ୍ରେସିଂ ସେନ୍ସକୁ ଦେଖନ୍ତୁ, ସେ କେତେ ସୁନ୍ଦର ଦେଖାଯାଉଛନ୍ତି । ତୃତୀୟ ପ୍ରଶଂସକ ଲେଖିଛନ୍ତି, ସେ ବହୁତ ସୁନ୍ଦର ।

ସୂଚନାଯୋଗ୍ୟ ଯେ ଇରଫାନ ପଠାନଙ୍କ ପତ୍ନୀ ସଫା ବାଗଙ୍କୁ ପୂର୍ବରୁ ବୁର୍କାରେ ସବୁବେଳେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଆସିଥିବା ଅଧିକାଂଶ ଚିତ୍ରରେ ସେ ମୁହଁ ଲୁଚାଇଥିବାର କିମ୍ବା ହିଜାବ ପିନ୍ଧିଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଯେତେବେଳେ ତାଙ୍କ ଚେହେରା ପ୍ରଥମ ଥର ଦେଖାଗଲା, ଇରଫାନଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କର ପ୍ରଶଂସକ ହୋଇଗଲେ । ବୃତ୍ତି ବିଷୟରେ କହିବାକୁ ଗଲେ, ଯେଉଁମାନେ ଜାଣନ୍ତି ନାହିଁ ସେମାନେ ଆଶ୍ଚର୍ଯ୍ୟ ହେବେ ଯେ ସଫା ବାଗ୍ ଜଣେ ପୂର୍ବତନ ମଡେଲ୍ ଅଟନ୍ତି । ୨୦୧୬ ମସିହାରେ, ସେ ମକ୍କାର କ୍ରିକେଟରଙ୍କୁ ବିବାହ କରିଥିଲେ, ଯେଉଁଥିରେ କିଛି ଘନିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ । ଦୁହିଁଙ୍କ ଏକ ପୁଅ ମଧ୍ୟ ଅଛି ।

Leave a Reply

Your email address will not be published. Required fields are marked *