Pratidin TV

Odisha's Digital News Platform

ଅଟୋ ଚାଳକଙ୍କ ମହାନତା , ଯାତ୍ରୀଙ୍କୁ ଫେରାଇଲେ ଟଙ୍କା ସୁନା ଭର୍ତ୍ତି ବ୍ୟାଗ …

1 min read

ଆଜିବି ବଞ୍ଚିଛି ମଣିଷ ପଣିଆ , ବଞ୍ଚିଛି ସାଧୁତା । ଲୋଭ ମାୟା ଠାରୁ ଉର୍ଦ୍ଧ୍ୱରେ ଅଛନ୍ତି ମଣିଷ । ଏମିତି ଜଣେ ମଣିଷ , ଯାହାର ସମ୍ମାନ ଆଉ ମଣିଷ ପଣିଆ ଆଗରେ ଟଙ୍କା.ସୁନା, ରୁପା ବି ହାର ମାନିଛି । ସେ ହେଉଛନ୍ତି ଅଟୋଚାଳକ ଇନାୟତ ଖାନ କାଦ୍ରୀ । ପାଖରେ ଟଙ୍କାଟିଏ ନଥାଇବି । ଆଖି ଆଗରେ ଲକ୍ଷ ଲକ୍ଷ ଟଙ୍କା ଦେଖିଥିଲେ ହେଲେ ମନରେ ଆସିନଥିଲା ତିଳେ ମାତ୍ର ଲୋଭ । ଯାହାର ଜନିଷ ତାକୁ ଖୋଜି ଫେରାଇ ଦେବା ପାଇଁ କରିଥିଲେ ଚେଷ୍ଟା । ଆଉ ସେହି ଲୋକକୁ ତାର ଲକ୍ଷାଧିକ ଟଙ୍କାର ସୁନା ଗହଣା ଫେରାଇ ଦେଇଥିଲା । ଯାହାକୁ ଦେଖିବା ପରେ ସମସ୍ତେ ଏବେ ଅଟୋଚାଳକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଆଜିର ପଥଭ୍ରଷ୍ଟ ସମାଜକୁ ଏକ ଦିଶା ଦେଖାଇଛନ୍ତି ଏହି  ଅଟୋ ଚାଳକ ଜଣକ ।

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ପ୍ରତିଦିନ ଭଳି ଗତକାଲି  ମଧ୍ୟ ନିଜ କର୍ମସ୍ଥାନ ଭଦ୍ରକ ସହର ବାଇପାସ ସ୍ଥିତ ଅଟୋ ଷ୍ଟାଣ୍ଡାକୁ ଅଟୋ ନେଇ ଆସିଥିଲେ ପୁରୁଣା ବଜାର ନିବାସୀ ଅଟୋ ଚାଳକ ଇନାୟତ ଖାନ କାଦ୍ରୀ । ସକାଳୁ ଆଦୌ ଭଡା ନଥିବା ବେଳେ ଅପରାହ୍ନରେ ପାସେଞ୍ଜରକୁ ବାଲେଶ୍ୱର ଜିଲ୍ଲା ସୋର ଅଭିମୁଖେ ଯାତ୍ରା କରିଥିଲେ । ସୋରରେ ପାସେଞ୍ଜରକୁ ଛାଡି ଫେରିବା ବେଳେ ସୋର ତଳନଗର ଛକରେ ଜଣେ ମହିଳାଙ୍କ ସହ ଦୁଇ ଜଣ ଛୋଟ ପିଲା ଜାମୁଝାଡି ଯିବାକୁ କହି ଅଟୋରେ ବସିଲେ ଏବଂ ଜାମୁଝାଡ଼ିରେ ସେମାନେ ଓହ୍ଲାଇ ଯାଇଥିଲେ । ଅଟୋ ଡ୍ରାଇଭର ଭଦ୍ରକ ଅଭିମୁଖେ ଆସି ଚରମ୍ପାରେ ଚାହା ପିଇବା ପାଇଁ ଓହ୍ଲାଇବା  ବେଳେ ଅଟୋ ପଛରେ ଏକ ବ୍ୟାଗ ଥିବା ଦେଖିବାକୁ ପାଇଥିଲେ ।ଏହା ଦେଖିବା ପରେ କାଳ ବିଳମ୍ବ ନକରି ସଂଗେ ସଂଗେ ଇନାୟତ ସେହି  ଗ୍ରାହକଙ୍କୁ ବହୁତ ଖୋଜିଥିଲେ  କିନ୍ତୁ ପାଇନଥିଲେ, । ଶେଷରେ ଇନାୟତ ଭଦ୍ରକ ସହରାଞ୍ଚଳ  ଥାନାରେ ଲିଖିତ ଭାବରେ ଜଣାଇବା ସହ ବ୍ୟାଗରେ ଥିବା କିଛି ଗହଣା ଓ ମୂଲ୍ୟବାନ ସାମଗ୍ରୀକୁ ଥାନାବାବୁଙ୍କ ଆଗରେ ଖୋଲି ଦେଖାଇ ସବୁ ସାମଗ୍ରୀକୁ ଥାନାରେ ଜିମା ଦେଇଥିଲେ ।

Advertisement

ଏହାପରେ ସୋସିଆଲ ମିଡ଼ିଆରେ ଖବରକୁ ଦେଖି ହଜିଥିବା ମହିଳା ଜଣଙ୍କ ଭଦ୍ରକ ଥାନାରେ ପହଞ୍ଚିଥିଲେ । ହଜିଥିବା ବ୍ୟାଗଟି  ଶୁଭସ୍ମିତା ଲେଙ୍କାଙ୍କର ନିଜ ଶଶୁର ଘର ସୋର ତଳ ନଗର ରୁ ସା୍ୱରଙ୍ଗ ଅଞ୍ଚଳରୁ  ଝିଆରୀ ବାହାଘରକୁ ଆସିଥିଲେ । ଏହି ବ୍ୟାଗରେ  ସୁନା ଗହଣା ୫ଲକ୍ଷରୁ ଉର୍ଦ୍ଧ୍ୱ  ସୁନା ଗହଣ। ଅନ୍ୟାନ୍ୟ କାଗଜ ପତ୍ରଥିଲା । ସେହି ବ୍ୟାଗଟି ହଜିଯିବା ପରେ ସେ ବହୁତ ଭାଙ୍ଗିପଡିଥିଲେ । ହେଲେ ଏବେ ତାଙ୍କର ଟଙ୍କା ପେରିପାଇବା ପରେ ସେ ଇନାୟତଙ୍କୁ ଧନ୍ୟବାଦ ଦେବା ସହିତ ଭୁରି ଭୁରି ପ୍ରଶଂସା କରିଥିଲେ । ପୁଲିସ୍ ମଧ୍ୟ ଇନାୟତଙ୍କୁ ପ୍ରଶଂସା କରିଛି । ତାଙ୍କର ଏପରି ମହାନ କାର୍ଯ୍ୟ ଆଜି ସାରା ଭଦ୍ରକରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଶ୍ଚିତ ଭାବେ ଏହି ଅଟୋ ଚାଳକ ଜଣକ ସମାଜ ପାଇଁ ନୂତନ ଦୀଗ ଦର୍ଶନ ଦେବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Leave a Reply

Your email address will not be published. Required fields are marked *