କାଳିଆ ଖାଇବ କଳା ଜିରା ଚାଉଳ , ଶାବର ଶ୍ରୀ କ୍ଷେତ୍ରରୁ ପୁରୀକୁ ଆସିଲା କୋରାପୁଟରର କଳାଜିରା …
1 min readପ୍ରଭୁ ଜଗନ୍ନାଥଙ୍କ ରୋଷ ଶାଳରେ ମହକିବ କଳା ଜିରା ଚାଉଳ । ଏବେ କଳାଜିରାରେ ପ୍ରସ୍ତୁତ ହେବ ମହା ପ୍ରସାଦ । ସେଥିପାଇଁ ଶାବର କ୍ଷେତ୍ରରୁ ଆସିଲା କଳାଜିରା ଚାଉଳ । ଜୈବିକ ପଦ୍ଧତିରେ ତିଆରି ହୋଇଥିବା କଳାଜିରା ମହାପ୍ରଭୁଙ୍କ କୋଠଭୋଗରେ ସାମିଲ କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି । ପ୍ରଗତି ଓ ଜୈବିକ ଶ୍ରୀ କମ୍ପାନୀ ଦ୍ୱାରା ଜୈବିକ ପଦ୍ଧତିରେ ଚାଷ କରି ଏହି ସୁଗନ୍ଧିତ ଚାଉଳ ପ୍ରସ୍ତୁତ କରାଯାଇଛି ।ଶ୍ରୀକ୍ଷେତ୍ର ସହ କୋରାପୁଟର ଶାବର ଶ୍ରୀକ୍ଷେତ୍ରର ଘନିଷ୍ଠ ସଂପର୍କ ରହି ଆସିଛି । ଆଉ ସେହି ସଂପର୍କର ପ୍ରତୀକ ଭାବେ ଶ୍ରୀମନ୍ଦିରରେ ପହଂଚିଛି ଜୈବିକ ପଦ୍ଧତିରେ ଉତ୍ପାଦିତ କଳାଜିରା ଚାଉଳ, ତା ସହିତ କାଳିଆ ପାଇଁ ଆସିଛି କନ୍ଦମୂଳ ଓ କଦଳୀ କାନ୍ଧିର ଭାର ।
କୋରାପୁଟ ଶାବର କ୍ଷେତ୍ରରୁ ୨୦ ଜଣ ଚାଷୀ ଏକ କୁଇଣ୍ଟାଲ କଳାଜିରା ଚାଉଳ ସହ ଅନୁରୋଧ ଯାତ୍ରାରେ ବାହାରି ପୁରୀ ପହଂଚିଥିଲେ । ପୁରୀ ବଲ୍ଲଭ ମଠରେ ପହଂଚିବା ପରେ, ପ୍ରସ୍ତୁତ ହୋଇ ଇ-ଅଟୋ ଯୋଗେ ଶ୍ରୀମନ୍ଦିର ଡୋନେସନ ସେଲକୁ ଯାଇ କଳା ଜିରା ଚାଉଳ ଜିମା ଦେଇଛନ୍ତି । ଏଥିସହ ମହାପ୍ରଭୁଙ୍କ କୋଠଭୋଗରେ କଳାଜିରା ଚାଉଳକୁ ସାମିଲ କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି । ପ୍ରଗତି ଓ ଜୈବିକ ଶ୍ରୀ କମ୍ପାନୀ ଦ୍ୱାରା ଜୈବିକ ପଦ୍ଧତିରେ ଚାଷ କରି ଏହି ସୁଗନ୍ଧିତ ଚାଉଳ ପ୍ରସ୍ତୁତ କରାଯାଇଛି ।
ପାରମ୍ପରିକ ପୋଷାକ ପିନ୍ଧି କାଳିଆ ପାଇଁ କଳାଜିରା ଚାଉଳ ଧରି ଆସିଛନ୍ତି କୋରାପୁଟର ପୁରୁଷ ଓ ମହିଳା ଚାଷୀ । କଳାଜିରା ଚାଉଳକୁ ଜିଆଇ ଟ୍ୟାଗ ମିଳିବା ପରେ ଖୁସିରେ ଭକ୍ତି ଆଉ ଶ୍ରଦ୍ଧାରେ କାଳିଆ ପାଇଁ ଆଣିଛନ୍ତି । କଳାଜିରା ଚାଉଳରେ ପ୍ରସ୍ତୁତ ଖିରି ଓ ଖେଚୁଡି ବେଶ ସ୍ୱାଦିଷ୍ଟ । ତେଣୁ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି ।