Pratidin TV

Odisha's Digital News Platform

ଆଠ ମାସ ପରେ ମୁକ୍ତ ହେଲା କଳାପାରା , ଚୀନର ଗୁପ୍ତଚର ସନ୍ଦେହରେ କରାଯାଇଥିଲା ଅଟକ..

1 min read

ଆଗକାଳରେ ପରସ୍ପରକୁ ବାର୍ତ୍ତା ପଠାଇବାରେ ଏକମାତ୍ର ଜରିଆ ଥିଲା ପାରା । ହେଲେ ଯୁଗ ବଦଳିବା ପରେ ସୋଶିଆଲ ମିଡିଆ ଏବଂ ଫୋନ୍ ମାଧ୍ୟମରେ ବାର୍ତ୍ତା ପଠାଯାଉଛି । ଆଜି ସିନା ଯୁଗ ପରିବର୍ତ୍ତନ ପରେ ବାର୍ତ୍ତା ବାହାକର ମାଧ୍ୟମ ବଦଳି ଗଲା । ହେଲେ ବିଦେଶୀ ଦେଶ ସେହି ପାରା କୁ ଗୁପ୍ତଚର ଭାବରେ ନିୟୋଜିତ କରିଛି । ସେମିତି ଏକ ପାରାକୁ ଗୁପ୍ତଚର ଭାବରେ ସନ୍ଦେହ କରି ମୁମ୍ବାଇ ପୋଲିସ ଧରିଥିଲା । ଯାହାକୁ ମୁମ୍ବାଇର ଏକ ସ୍ପେଶାଲ ସେଲ୍ ରେ ରଖାଯାଇଥିଲା । ଦୀର୍ଘ ଆଠମାସ ରଖିବା ପରେ ସେହି କଳାପାରାକୁ ମୁକ୍ତ କରାଯାଇଛି ।

ଜଣେ ପୋଲିସ ଅଧିକାରୀ ଏହା ସୂଚନା ଦେଇଛନ୍ତି । ପାରାକୁ ଏକ ପଶୁ ଚିକିତ୍ସାଳୟ ରେ ରହୁଥିଲା । ପାରାକୁ ଗତବର୍ଷ ମଇ ମାସରେ ଆରସିଏଫ୍ ପୋଲିସ୍ ଉପନଗରୀୟ ଅଞ୍ଚଳରୁ ଧରିଥିଲା । ସେ ପାରା ଗୋଡ଼ରେ ଲାଗିଥିବା ରିଙ୍ଗ୍‌ରେ ପ୍ରାଚୀନ ମାଣ୍ଡାରିନ୍ ଭାଷାରେ କିଛି ରହସ୍ୟଜନକ ବାର୍ତ୍ତା ଓ ମାଇକ୍ରୋଚିପ୍ ଥିବା କଥା ଜଣାପଡ଼ିବା ପରେ ତାକୁ ଅଟକ ରଖାଯାଇଥିଲା । ମୁମ୍ବାଇ ପୁଲିସ ସହକାରୀ ସବ୍‌-ଇନିସପେକ୍ଟର ରବୀନ୍ଦ୍ର ପାଟିଲ୍ ଏ ପାରାଟିକୁ ରଖିବା ଲାଗି ପ୍ରାଣୀ ଚିକିତ୍ସାଳୟର ସହାୟତା ଲୋଡ଼ିଥିଲେ । ପାରା ଗୋଡ଼ରେ ଲାଗିଥିବା ଚିପ୍‌କୁ ଫୋରେନ୍‌ସିକ୍ ପରୀକ୍ଷା କରାଯିବାରୁ ଜଣାପଡ଼ିଲା ଯେ, ତାହା ତାଇୱାନ୍‌ରୁ ଚାଲିଆସିଥିବା ଗୋଟାଏ ପ୍ରତିଯୋଗୀ ପାରା । ଏହାପରେ ପ୍ରାଣୀ ଚିକିତ୍ସାଳୟର ଚିକିତ୍ସକ ଏହାକୁ ଛାଡିବାକୁ ଅନୁମତି ମାଗିଥିଲେ । ପୋଲିସ୍ ଠାରୁ ମଞ୍ଜୁରୀ ମଳିବା ପରେ ପ୍ରାଣୀ ଅଧିକାର ସଙ୍ଗଠନ ‘ପେଟା’ ଓ ପ୍ରାଣୀ ଚିକିତ୍ସାଳୟ ଉଦ୍ୟମରେ ଚଳିତ ସପ୍ତାହରେ ତାକୁ ମୁକ୍ତ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *