Pratidin TV

Odisha's Digital News Platform

ପରଲଲୋକରେ ନାମିବ୍ୟାର ରାଷ୍ଟ୍ରପତି ହେଜ ଗିଙ୍ଗୋବ …

1 min read

ଆଉ ନାହାନ୍ତି ଏହି ଦେଶର ରାଷ୍ଟ୍ରପତି । କର୍କଟ ରୋଗରେ ପୀଡିତ ହୋଇ ରାଷ୍ଟ୍ରପତି ଙ୍କର ମୃତ୍ୟୁ ହୋଇଛି । ନାମିବ୍ୟାର ରାଷ୍ଟ୍ରପତି ହେଜ ଗିଙ୍ଗୋବଙ୍କ ପରଲୋକ ହୋଇଛି । ୮୨ ବର୍ଷରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ଗିଙ୍ଗୋବ କ୍ୟାନସର ରୋଗରେ ପୀଡିତ ଥିଲେ । ତାଙ୍କର ନିୟମିତ ଚିକିତ୍ସା ଜାରି ରହିଥିଲା । ଏମିତିକି ସେ ଚିକିତ୍ସା ପାଇଁ ଆମେରିକା ଯାତ୍ରା କରିବେ ବୋଲି ଗତ ମାସରେ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି ।

ମିଳିଥିବା ସୂଚନାନୁଯାୟୀ ରବିବାର ସକାଳେ ୱିଣ୍ଡହୋକ ସ୍ଥିତ ଲେଡି ପୋହମ୍ବା ହସ୍ପିଟାଲରେ ରାଷ୍ଟ୍ରପତି ଗିଙ୍ଗୋବଙ୍କର ମୃତ୍ୟୁ ହୋଇଛି । ସେଠାରେ ତାଙ୍କର ଚିକିତ୍ସା କରାଯାଉଥିଲା । ତେବେ ପୂର୍ବରୁ ମଧ୍ୟ ସେ କ୍ୟାନସରରେ ପୀଡିତ ଥିଲେ । ହେଲେ ସେହି ସମୟରେ କ୍ୟାନସର କୁ ହରାଇ ସେ ସୁସ୍ଥ ହୋଇଯାଇଥିଲେ । ସେ କେବଳ ରାଷ୍ଟ୍ରପତି ନଥିଲେ । ପୂର୍ବରୁ ମଧ୍ୟ ନାମିବ୍ୟାର ପ୍ରଧାନମନ୍ତ୍ରୀ ଥିଲେ । ଗିଙ୍ଗୋବ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ଯିଏ ଦେଶର ସର୍ବାଧିକ କାଳ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଥିଲେ । ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୧୯୯୦ରୁ ୨୦୦୨ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିଥିଲା । ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ସେ ପୁଣିଥରେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ । ଏହା ପରେ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଦେଶର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ରହିଥିଲେ । ସେ ଦେଶର ଶାସକ ଦଳ SWAPOର ଅଧ୍ୟକ୍ଷ ଥିଲେ । ୨୦୧୫ ମାର୍ଚ୍ଚ ୨୧ରୁ ମୃତ୍ୟୁ ପର୍ଯ୍ୟନ୍ତ ନାମିବ୍ୟା ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *