Pratidin TV

Odisha's Digital News Platform

ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଜାଳିଦେଳେ ,୧୦ ବଖରା ଘର

1 min read

ଭୁବନେଶ୍ୱର : ପୁରୀ ଜିଲ୍ଲା ପିପିଲି ବ୍ଲକ୍ ସରସ୍ୱତୀ ଗାଁରେ ଗତକାଲି ରାତିରେ ଏକ ବିଭତ୍ସ ଅଗ୍ନିକାଣ୍ଡ ଘଟିଛି । ସୂଚନା ଆନୁଯାୟୀ ଆଗରୁ ଗାଁର ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେବେ ପୁର୍ବ ଶତ୍ରୃତାକୁ କେନ୍ଦ୍ର କରି ଏପରି ଅଗ୍ନିକାଣ୍ଡ ଘଟାଯାଇଛି ବୋଲି କହୁଛନ୍ତି ପରିବାରଲୋକେ । ଗଣ୍ଡଗୋଳ ପରେ ବଳଙ୍ଗା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ କିନ୍ତୁ ପୋଲିସ୍ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

ଏହାପରେ ଗତକାଲି ବିଳମ୍ବିତ ରାତିରେ ଦୁବୁତ୍ତ ମାନେ ଆସି ତାଙ୍କ ଘରେ ନିଆଁ ଲଗେଇଦେଇଥିଲେ । ଫଳ ସ୍ୱରୂପ ଅଗ୍ନି ବିପନ୍ନଙ୍କ ୧୦ ବଖରା ଘର ସହ ସମସ୍ତ ଟଙ୍କା ,ପଇସା,ସାଇକେଲ,ଗାଡି,ଧଅନ,ଚାଉଳ,ବିରି,ମୁଗ,ରାସନ,ଜମିବାଡିପଟା ,ପିଲାଙ୍କ ପାଠପଢା ଜିନିଷ ସବୁ ପୋଡି ଛାରଖାର ହୋଇଯାଇଛି ।ସୂଚନା ପାଇଁ ପିପିଲି ଅଗ୍ନିବାହୀ ଟିମ୍ ଘଟଣା ସ୍ଥାନରେ ପହଞ୍ଚିଲା ବେଳେକୁ ,ସବୁ ଜଳିପୋଡି ପାଇଁସ ହୋଇସାରିଥିଲା ।

Advertisement

Leave a Reply

Your email address will not be published. Required fields are marked *