Pratidin TV

Odisha's Digital News Platform

ପୁନମଙ୍କ ସମର୍ଥନରେ ବାହାରିଲେ ସ୍ୱାମୀ ସାମ୍ , କହିଲେ ତାଙ୍କ କାମରେ ମୁଁ ବହୁତ ଖୁସି ..

1 min read

ବଲିଉଡରେ ବିବାଦୀୟ କୁଇନ୍ ଭାବରେ ବେସ ଜଣାଶୁଣା ପୁନମ୍ ପାଣ୍ଡେ । ସବୁବେଳେ ଲୋକପ୍ରିୟ ହେବା ପାଇଁ କରିଥାନ୍ତି ଅଜବ ହରକତ । ନିକଟରେ ପୁନମଙ୍କ ମୃତ ଖବର , ଖବରର ସିରୋନାମା ପାଲଟିଥିଲା । ତେବେ ପୁନମ ନିଜେ ନିଜ ମୃତ୍ୟୁର ନାଟକ ରଚିଥିଲେ । ଯାହାପାଇଁ ଏବେ ବିବାଦରେ ଫସିଛନ୍ତି । ପ୍ରଶଂସକ ଠାରୁ ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି ।


ଗର୍ଭାଶୟ କ୍ୟାନସର ବିଷୟରେ ସେ ସଚେତନତା ସୃଷ୍ଟି କରିବା ନାମରେ ତାଙ୍କ ମିଥ୍ୟା ମୃତ୍ୟୁ ଖବର ପ୍ରସାରଣ କାର୍ଯ୍ୟକୁ ଲୋକମାନେ ଏକ ଶସ୍ତା ପ୍ରଚାର ପ୍ରସାର ଏବଂ ଏକ ଅଶ୍ଳୀଳ ହାସ୍ୟାସ୍ପଦ ବୋଲି କହୁଛନ୍ତି । ତେବେ ଏହି ସମୟରେ ପୁନମଙ୍କ ସ୍ୱାମୀ ସାମ ବମ୍ବେ ଅଭିନେତ୍ରୀଙ୍କ ସମର୍ଥନରେ ବାହାରିଛନ୍ତି । ଏହି ଖବର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ କି ନାହିଁ ପ୍ରଶ୍ନ ଉପରେ ସାମ ବମ୍ବେ କହିଛନ୍ତି, ନା, ମୁଁ ଖୁସି ଯେ ସେ ଜୀବିତ ଅଛନ୍ତି । ଯଦି କେହି ତାଙ୍କ ଷ୍ଟାରଡମ୍ ଏବଂ ଭାବମୂର୍ତ୍ତି ପ୍ରତି ଧ୍ୟାନ ନ ଦେଇ ଏକ ପ୍ରସଙ୍ଗରେ ସଚେତନତା କରନ୍ତି, ତେବେ ତାଙ୍କୁ ସମ୍ମାନ ଦେବା ଉଚିତ। ତାଙ୍କର ଅନେକ ଅବଦାନ ଅଛି । ସେ ହେଉଛନ୍ତି ସାହସୀ ଭାରତୀୟ ମହିଳା ।ସାମ ବମ୍ବେ ଆହୁରି ମଧ୍ୟ କହିଛନ୍ତି ସେ ଏବଂ ପୁନମ ନିଶ୍ଚିତ ଭାବେ ଅଲଗା ହୋଇଯାଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ଛାଡପତ୍ର ହୋଇନାହିଁ ।

Advertisement

ପୁନମ୍ ଏବଂ ସାମ ୨୦୨୦ ମସିହାରେ ଗୁପ୍ତ ଭାବରେ ବିବାହ କରିଥିଲେ । ପରେ ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର କରି ଏହି ଦମ୍ପତି ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ । କିନ୍ତୁ ବିବାହର ୧୨ଦିନ ମଧ୍ୟରେ ସାମ ବମ୍ବେଙ୍କ ଠାରୁ ଅଲଗା ହେବାର ଖବର ମଧ୍ୟ ଆସିଥିଲା । ପୁନମ ତାଙ୍କ ପୂର୍ବତନ ସ୍ୱାମୀ ସାମ ବମ୍ବେଙ୍କ ନାଁରେ ଘରୋଇ ହିଂସାର ଅଭିଯୋଗ କରିଥିଲେ ।

ସୂଚନା ଥାଉ କି, ଫେବୃଆରୀ ୨ରେ ଅଭିନେତ୍ରୀ ତଥା ସୋସିଆଲ ମିଡିଆ ସେନ୍ସସେସନ ପୁନମ ପାଣ୍ଡେଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ତାଙ୍କ ଇନଷ୍ଟାଗ୍ରାମରେ ପୁନମଙ୍କ ମ୍ୟାନେଜର ଏକ ପୋଷ୍ଟ ସେୟାର କରି ଅଭିନେତ୍ରୀଙ୍କ ଗର୍ଭାଶୟ କର୍କଟ ରୋଗରେ ଦେହାନ୍ତ ହୋଇଥିବା ସୂଚନା ଦେଇଥିଲେ । ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କକରିଥିଲା । ଏହା ପରେ ୨୪ ଘଣ୍ଟା ମଧ୍ୟରେ ପୁନମ ନିଜେ ଲାଇଭ ଭିଡିଓ କରି ଜୀବିତ ଥିବା କହି ଗର୍ଭାଶୟ କର୍କଟ ରୋଗ ବିଷୟରେ ସଚେତନତା କରିବା ଉଦ୍ଦେଶ୍ୟରେ ସଚେତନ କରିବା ପାଇଁ ଏପରି କରିଥିଲେ ବୋଲି କହିଥିଲେ । ଯାହା ପରେ ତାଙ୍କର ଏହି କାଣ୍ଡକୁ ମହଲରୁ ନିନ୍ଦା କରାଯାଉଛି ।

Leave a Reply

Your email address will not be published. Required fields are marked *