Pratidin TV

Odisha's Digital News Platform

ଇସ୍ରୋର ବଡ଼ ଘୋଷଣା : ଗଗନଯାନ ପୂର୍ବରୁ ମହାକାଶ ଯିବ ମହିଳା ରୋବର୍ଟ ..

1 min read

ଏଥର ମହକାଶରେ ଉଡିବାକୁ ପୁରାପୁରୀ ପ୍ରସ୍ତୁତ ଭାରତୀୟ ମହିଳା । କାରଣ ଭାରତୀୟ ମହିଳା ଯିବେ ମହାକାଶ । ଆଉ ମହାକାଶରେ ଦେଖାଇବେ ନିଜର ସାହସ ଆଉ ଶକ୍ତି । ହେଲେ ଏହି ଖବରରେ ରହିଛି ଟିକିଏ ଟ୍ୱିଷ୍ଟ । ଭାରତୀୟ ମହିଳା ମହାକାଶ ଯିବେ ସତ । ହେଲେ ସେହି ମହିଳା ଜଣକ ମାନବ ନୁହେଁ ବରଂ ମାନବ ତିଆରି ରୋବର୍ଟ । ଭାରତୀୟ ମହିଳା ରୋବଟ ମହାକାଶଚାରୀ-ବ୍ୟୋମମିତ୍ର ଏବେ ମହାକାଶ ଯିବ । ଇସ୍ରୋର ଉଚ୍ଚାଭିଳାଷୀ ‘ଗଗନୟାନ’ ମିଶନ ପୂର୍ବରୁ ମହିଳା ରୋବଟ ବ୍ୟୋମମିତ୍ରକୁ ମହାକାଶକୁ ପଠାଯିବା ନେଇ କହିଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜେତେନ୍ଦ୍ର ସିଂ । ଏନେଇ ଜିତେନ୍ଦ୍ର ସିଂହ କହିଛନ୍ତି, “ଚଳିତ ବର୍ଷ ଜୁଲାଇ ମାସ ପରେ ଏହି ଅଭିଯାନ ଧାର୍ଯ୍ୟ କରାଯାଇଛି ।

ଗଗନଯାନ ଯାହାକି ମାନବଯୁକ୍ତ ମିଶନ– ମାନବଯୁକ୍ତ ମହାକାଶ ମିଶନ ଆସନ୍ତା ବର୍ଷ ୨୦୨୫ରେ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବ୍ୟୋମମିତ୍ର ହେଉଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ର ଏକ ଅର୍ଦ୍ଧ-ମାନବିକ, ଯାହାର ନାମ ଦୁଇଟି ସଂସ୍କୃତ ଶବ୍ଦ ଭ୍ୟୋମ (ଅର୍ଥାତ୍ ମହାକାଶ) ଏବଂ ମିତ୍ର (ଅର୍ଥାତ୍ ବନ୍ଧୁ) ର ମିଶ୍ରଣ ଦ୍ୱାରା ଗଠିତ ହୋଇଛି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଏହି ମହିଳା ରୋବୋଟିକ ମହାକାଶଚାରୀ ମଡ୍ୟୁଲ ପାରାମିଟର ଉପରେ ନଜର ରଖିବା, ଆଲର୍ଟ ଜାରି କରିବା ଏବଂ ଜୀବନ ସହାୟତା କାର୍ଯ୍ୟ ପରିଚାଳନା କରିବାର କ୍ଷମତା ସହିତ ସଜ୍ଜିତ । ଏହା ୬ଟି ପ୍ୟାନେଲ ଚଲାଇବା ଏବଂ ପ୍ରଶ୍ନର ଉତ୍ତର ଦେବା ଭଳି କାର୍ଯ୍ୟ ମଧ୍ୟ କରିପାରିବ । ଡକ୍ଟର ଜିତେନ୍ଦ୍ର ସିଂ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟୋମମିତ୍ର ମହାକାଶଯାନକୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ ଏହା ମହାକାଶ ପରିବେଶରେ ମାନବ କାର୍ଯ୍ୟକୁ ଅନୁକରଣ କରିପାରିବ ଏବଂ ଜୀବନ ସହାୟତା ପ୍ରଣାଳୀ ସହିତ ଯୋଗାଯୋଗ କରିପାରିବ । ଗତବର୍ଷ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡି କରିବାରେ ସଫଳ ହୋଇଥିଲା ଚନ୍ଦ୍ରଯାନ-୩ । ବ୍ୟୋମମିତ୍ର ମଧ୍ୟ ସେ ଭଳି କାର୍ଯ୍ୟ କରିବ । ଏହା ମାଧ୍ୟମରେ ପଠାଯାଇଥିବା ଇନପୁଟ ଗୁଡିକ ସମୟ ସହିତ ତାଳ ଦେଇ ସାମ୍ନାକୁ ଆସିପାରିବ । ବ୍ୟୋମମିତ୍ର ଶରୀରରେ କ୍ୟାମେରା, ସ୍ପିକର, ମାଇକ୍ରୋଫୋନ ଏବଂ ସେନସର୍ସ ଆଦି ଖଚ୍ଛିତ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *