Pratidin TV

Odisha's Digital News Platform

ଦ୍ୱୀତିୟ ଟେଷ୍ଟରେ ପ୍ରତିଶୋଧ ନେଲା ଭାରତ , ୧୦୬ ରନ୍‌ରେ ଟେଷ୍ଟ ମ୍ୟାଚ ହାରିଲା ଇଂଲଣ୍ଡ …

1 min read

ଇଂଲଣ୍ଡ ଠାରୁ ପ୍ରତିଶୋଧ ନେଲା ଭାରତ । ପ୍ରଥମ ଟେଷ୍ଟର ପରାଜୟକୁ ଭୁଲି ନଥିଲା ରୋହିତୀ ବାହିନୀ । ଦ୍ୱୀତିୟ ଟେଷ୍ଟରେ ସେହି ପରାଜୟର ବଦଲା ନେଇଛି ଭାରତୀୟ ଟିମ୍ । ବିଶାଖାପାଟନମ୍ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଦୃଢ ପ୍ରଦର୍ଶନ କରି ଇଂଲଣ୍ଡକୁ ପରାସ୍ତ କରିଛି । ଚତୁର୍ଥଦିନରେ ଦ୍ୱୀତିୟ ଅଧିବେଶନରେ ଭାରତ ଏହି ମ୍ୟାଚ ଜିତିଛି । ୩୯୯ ରନ୍‌ର ଟାର୍ଗେଟକୁ ପଛରେ ପକାଇ ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ମୋଟ ୨୯୨ ରନ୍ ସ୍କୋର କରିଛି । ଫଳରେ ଭାରତ ୧୦୬ ରନ୍ ରେ ଏହି ମ୍ୟାଚ ଜିତିଛି ।

ଏହି ମ୍ୟାଚ ଜିତି ଭାରତ ୧-୧ ରେ ବରାବର କରିଛି । ପ୍ରଥମ ଟେଷ୍ଟ ହାରିଯିବା ପରେ ଭାରତ ଏକ ଶକ୍ତିଶାଳୀ ପ୍ରଦର୍ଶନ କରି ପୁଣି ଥରେ ଫର୍ମକୁ ଫେରିଛି । ବ୍ୟାଟିଂ ଆଉ ବୋଲିଂରେ କମାଲ ଦେଖାଇଥିଲେ ରୋହିତ୍ ବାହିନୀ । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମୁକେଶ କୁମାର, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ । ପ୍ରଥମ ଇନିଂସରେ ୧୪୩ ରନ୍‌ର ଲିଡ୍ ପାଇଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୨୫୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ତା’ ଭିତରେ ଥିଲା ଶୁବମନ ଗିଲ୍‌ଙ୍କ ଶତକ । ସେ ୧୦୪ ରନ୍ କରିଥିଲେ । ଭାରତ ପ୍ରଥମ ଇଂନିସ୍ ରେ ୩୯୬ ରନ୍ କରିଥିବା ବେଳେ ଇଂଲଣ୍ଡ ୨୫୩ ରନ୍ କରିଥିଲା । ସେହପରି ଦ୍ୱୀତିୟ ଇଂନିସ୍ ରେ ଭାରତ ୨୫୫ ରନ୍ କରିଥିବା ବେଳେ ଇଂଲଣ୍ଡ ୨୯୨ ରନ୍ କରିଥିଲା । ଖେଳ ଚାରିଦିନରେ ଶେଷ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *