Pratidin TV

Odisha's Digital News Platform

୫ଟି ରୂପାନ୍ତରିତ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ , ପାଠଛାଡି ଧାରଣାରେ ବସିଲେ ଛାତ୍ରଛାତ୍ରୀ …

1 min read

ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ପାଠ ପଢା ନିମନ୍ତେ ଉତ୍ତମ ବ୍ୟବସ୍ଥା ସହିତ ଭିତିଭୂମି ନିର୍ମାଣ କରିବା ପାଇଁ ୫ଟି ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ନେତାଙ୍କ ପାଇଁ ୫ଟି କାର୍ଯ୍ୟରେ ଦେଖାଦେଇଛି ଅନିମିୟତା । ଯାହାର ଅଭିଯୋଗ କରି ଉଚ୍ଚ ବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ।


ସୂଚନା ମୁତାବକ ଜାଡୁଆ ଉଚ୍ଚ ବିଦ୍ୟାଳୟର ୫ଟି କାଯ୍ୟରେ ଅନିୟମିତତାକୁ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ, ପରିଚାଳନା କମିଟି ଏବଂ ଗ୍ରାମବାସୀ ମିଳିତ ଭାବେ ବିଦ୍ୟାଳୟରେ ତାଲା ପକାଇ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ କାର୍ଯ୍ୟରେ ଅନିୟମିତତାରେ ସମ୍ପୃକ୍ତ କନିଷ୍ଠଯନ୍ତ୍ରୀ ଫକୀର ମୋହନ ଦଳେଇଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି । ବିଦ୍ୟାଳୟ ଭିତରକୁ କୌଣସି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପ୍ରବେଶକୁ ବାରଣ କରିବା ସହିତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବ।।ସୀ । ତେବେ ପାଖେଇ ଆସିଲାଣି ଦଶମ ଶ୍ରେଣୀ ପରୀକ୍ଷା । ହେଲେ ଏବେ ଏହି ଘଟଣା ପିଲାଙ୍କ ପାଠପଢାରେ ବ୍ୟଘାତ ସୃଷ୍ଟି କରୁଛି ଯାହକୁ ନେଇ ଚିନ୍ତାରେ ଛାତ୍ର ଛାତ୍ରୀଙ୍କ ସହିତ ଅଭିଭାବକ ।

Advertisement

Leave a Reply

Your email address will not be published. Required fields are marked *