Pratidin TV

Odisha's Digital News Platform

ବନ୍ଧା ସରିଥିଲା ଝିଅର ବେଦି , ଉଠିଲା ବଡବାପାର କୋକେଇ ।

1 min read

ଯାଜପୁର ; ଝିଅ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଚାଲିଗଲା ବାପା ର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହା ଗ୍ରାମରେ । ଆରୁହା ଗ୍ରାମ ର ପୂର୍ବତନ ସରପଞ୍ଚ ହରିହର ରାଉତଙ୍କ ଝିଅର ବିବାହ ପାଇଁ ସମସ୍ତ ପ୍ରକାର ଆୟୋଜନ ଶେଷ ହୋଇଥିଲା । ୩୦୦୦ ଲୋକଙ୍କ ପାଇଁ ଖାଦ୍ୟ ର ଆୟୋଜନ କରାଯାଇ ଥିଲା । ଆକର୍ଷଣୀୟ ଟେଣ୍ଡ ବନ୍ଧା ହୋଇ ଥିବା ବେଳେ ରୋଷେଇ କାର୍ଯ୍ୟ ପାଇଁ ପରିବା କଟା ସରିଥିଲା ।

ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚାଲୁଥିବା ବେଳେ ଏନେଇ ଅଚାନକ ହରିହର ରାଉତଙ୍କ ସ୍ୱାସ୍ଥ୍ୟ ବସ୍ତା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ରେ ଭର୍ତି ହୋଇଥିଲେ ।

Advertisement

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ କୁ ନେଇ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇ ଯାଇଥିଲେ । ଗୋଟିଏ ପଟେ ଝିଅ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚାଲୁ ଥିବା ବେଳେ କିଛି ସମୟ ପରେ ବରଯାତ୍ରୀ ପହଂଚି ଥାନ୍ତେ ହେଲେ ଅଚାନକ ବାପା ଙ୍କ ର ମୃତ୍ୟୁ କୁ ନେଇ ସ୍ଥାନୀୟ ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *