Pratidin TV

Odisha's Digital News Platform

ଅଧା ରାତିରେ ଭୁଶୁଡିଲା ଶିବଗଙ୍ଗା ପୁଷ୍କରିଣୀର ପାଚେରୀ….

1 min read

ଆଖଣ୍ଡଳମଣି ପୀଠରେ ୨୦ଫୁଟ ତଳକୁ ଧସିଲା ଶିବଗଙ୍ଗା ପୁଷ୍କରିଣୀର ପାଚେରୀ । ଡ୍ରେନ ଓ ସୁରକ୍ଷା ପାଚେରୀ କଲି ବିଳମ୍ବିତ ରାତିରେ ଭୁଶୁଡି ପଡିଥିଲା | ଶିବ ଗଙ୍ଗା ପୁଷ୍କରିଣୀକୁ ଲାଗି ରହିଥିବା ଏହି ପାଚେରୀ ପ୍ରାୟ ୪୦ଫୁଟର ଥିଲା | ଏହି ପାଚେରୀ ପୁରୁଣା ହୋଇଯାଇଥିବାରୁ ମରାମତି କରାଯାଇଥାନ୍ତା ବୋଲି କାର୍ଯ୍ୟଭାର ନେଇଥିବା ଗୃହ ଓ ରାସ୍ତା ବିଭାଗର ଯନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଲୋକେ କହିଛନ୍ତି ପୁଷ୍କରିଣୀର ଅଧିକ ପଙ୍କ ଓ ମାଟି ଭର୍ତ୍ତି ହୋଇଥିବାରୁ ଏହାକୁ କାମ ଠିକ ଭାବରେ କରାଯାଇନଥିବାରୁ ଏପରି ଘଟଣା ଘଟିଛି |ପାଚେରୀ ଧସିଯିବା ଫଳରେ ପୋଖରୀ ମଧ୍ୟରୁ ପଙ୍କ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି |

Advertisement

Leave a Reply

Your email address will not be published. Required fields are marked *