Pratidin TV

Odisha's Digital News Platform

ପ୍ରକାଶ ପାଇଲା ରାଜ୍ୟସଭା ବିଜ୍ଞପ୍ତି, ୧୫ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ

1 min read

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି | ଓଡ଼ିଶାରେ ୩ ରାଜ୍ୟସଭା ସିଟ ପାଇଁ ନିର୍ଵାଚନ ହେବାକୁ ଯାଉଛି | ୧୫ ତାରିଖ ଯାଏଁ ପାର୍ଥୀମାନେ ନାମାଙ୍କନ ଦାଖଲ କରିବେ | ନାମାଙ୍କନ ଦାଖଲ ହେବ ପରେ ଫେବୃଆରୀ ୧୬ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ | ଫେବୃଆରୀ ୨୦ତାରିଖ ସୁଦ୍ଧା ପାର୍ଥୀପାତ୍ର ପ୍ରତ୍ୟାହାର କରିପାରିବେ | ସେହିପରି ଭାବରେ ଫେବୃଆରୀ ୨୭ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ୍‌ ପଡ଼ିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।ଭୋଟ ପଡିବା ପରେ ୫ଟାରୁ ଗଣତି ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।

ଓଡ଼ିଶାର ତିନି ରାଜ୍ୟ ସଭା ସିଟ୍‌ ପାଇଁ ନିର୍ବାଚନ ହେବ। ଆସନ୍ତା ଏପ୍ରିଲ ୩ ତାରିଖରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି। ସେଥିପାଇଁ ଓଡ଼ିଶାରେ ୩ ସଦସ୍ୟଙ୍କ ପାଇଁ ଶାସକ ବିଜେଡି ଦଳ ପାଖରେ ସଂଖ୍ୟା ଗରିଷ୍ଠତା ରହିଛି।ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ ଜଣ ସଦସ୍ୟଙ୍କ ପାଇଁ ନିର୍ବାଚନ ହେବ। ଏଥିପାଇଁ ଫେବୃଆରୀ ୨୭ ନିର୍ବାଚନ ହେବ ବୋଲି ଚୟନ କରାଯିବ |

Advertisement

ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେଉଛି । କାର୍ଯ୍ୟକାଳ ସରୁଥିବା ସାଂସଦମାନଙ୍କ ଭିତରୁ କେହି ପୁନରାବୃତ୍ତି ହେବାର ସମ୍ଭାବନା କମ୍ ଥିବାରୁ ବିଜେଡି ସୁପ୍ରିମୋ ନୂଆ ଚେହେରାକୁ ସିଟ୍ ରେ ବସେଇବାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *