Pratidin TV

Odisha's Digital News Platform

ବାପାଙ୍କ ମୃତ୍ୟୁ ପରେ ପୁଅ ଆଣିଲା ହତ୍ୟା ଅଭିଯୋଗ ।

ଆଳି ; ବୃଦ୍ଧଙ୍କ ସନ୍ଦେହ ଜଣକ ମୃତ୍ୟ ପରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଗାଁର ବାବୁଲି ପାତ୍ର ଗତ ମଙ୍ଗଳବାର ଦିନ ଏସ ଏନ କଲେଜ ନିକଟସ୍ଥ ଦୁର୍ଗାମଣ୍ଡପ ନିକଟରେ ବିଷପିଇ ମୁର୍ମୁଶ ଅବସ୍ଥା ପଡିଥିବା ସ୍ଥାନୀୟଲୋକେ ଦେଖିବାକୁ ପାଇଁଥିଲେ। ଗୁରୁତର ଅବସ୍ଥାରେ ସେଠାରୁ କିଛିଲୋକ ତାଙ୍କୁ ଉଦ୍ଧାରକରି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ବାବୁଲିଙ୍କର ମୃତ୍ୟୁ ହୋଇଥିଲା।

ମୃତ୍ୟୁପରେ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ତାଙ୍କ ପୁଅ ରାଜକନିକା ଥାନାରେ ଅଭିଯୋଗ କରିଛନ୍ତି। କିଛି ଦିନ ପୂର୍ବେ ବାବୁଲି ପାତ୍ରଙ୍କ ପରିବାର ଉପରେ ପଡ଼ୋଶୀ ମାନେ ସଂଗବଦ୍ଧ ଆକ୍ରମଣ କରିଥିଲେ। ଏନେଇ ବାବୁଲି ରାଜକନିକା ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ପୋଲିସ ତାଙ୍କ ଏତଲାକୁ ଗ୍ରହଣ କରିନଥିବା ବେଳେ ପଡ଼ୋଶୀଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଥିଲା। ହେଲେ ପଡ଼ୋଶୀଙ୍କ ଭୟରେ କିଛି ଦିନ ହେବ ବାବୁଲି ଓ ତାଙ୍କ ପରିବାର ଲୋକେ ଘରଛାଡି ବାହାରେ ରହିଆସୁଥିଲେ। ଏନେଇ ରାଜକନିକା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *