Pratidin TV

Odisha's Digital News Platform

୭ ବର୍ଷ ପରେ ମୁଢ଼ି ପାଇଁ ହେଲା ବାପ ପୁଅଙ୍କ ମିଳନ…

1 min read

୭ ବର୍ଷ ଧରି ହଜିଯାଇଥିବା ବାପାକୁ ଖୋଜି ପାଇଲା ପୁଅ । ଏଭଳି ଏକ ଘଟଣା ଘଟିଛି ଯାଜପୁର ଭୁବନେଶ୍ବର ପୁର ପଞ୍ଚାୟତ ଜମୁନା ଗ୍ରାମରେ । ୭ ବର୍ଷ ହେବ ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଗୋପାଳପୁର ଗ୍ରାମର ଲକ୍ଷପତି ଭରା ସାଗର ଆଜିକୁ ୭ ବର୍ଷ ହେବ ଘରୁ ରାଗିକରି ପଳାଇ ଯାଇଥିଲେ । ଗତ କିଛି ଦିନ ହେବ ପାଗଳ ପରି ଜମୁନା ଗ୍ରାମରେ ଏକ ଗଛ ତଳେ ରହୁଥିଲେ । ଭୋକ ଲାଗିବାରୁ ରାଜକିଶୋର ମହାପାତ୍ରଙ୍କ ଘରକୁ ଯାଇ ଖାଇବା ପାଇଁ ମୁଢ଼ି ମାଗିଥିଲେ । ରାଜ କିଶୋର ପରିଚୟ ମାଗି ପରିବାରକୁ ଯୋଗା ଯୋଗ କରିବା ପରେ ବାପା ଓ ପୁଅ ମଧ୍ୟରେ ମିଳନ ସମ୍ଭବ ହୋଇଥିଲା ।

ବହୁତ ଖୋଜା ଖୋଜି ପରେ ପରିବାର ଲୋକ ଭାବିଥିଲେ ବାପାର ମୃତ୍ୟୁ ହୋଇଯାଇଛି । କିନ୍ତୁ ହଠାତ ଯାଜପୁର ରୁ ସୋନପୁର ଗୋପାଳପୁର ଗାଁକୁ ଫୋନ ଏବଂ ଫଟୋ ଯାଇଥିଲା । ପୁଅ ଚିହ୍ନିଟ କରି କହିଥିଲା ଏ ମୋ ବାପା । ଜନ୍ମ କଲା ବାପାକୁ ଘରକୁ ନେବା ଲାଗି ପୁଅ ବୋହୁ ଭଣଜା ପହଞ୍ଚିଥିଲେ ଯାଜପୁର ଭୁବନେଶ୍ବର ପୁର ଜମୁନା ଗ୍ରାମରେ ।ଗ୍ରାମବାସୀ ବି ଅତିଥି ଆଗମନ ଭଳି ଅପେକ୍ଷା କରିଥିଲେ ଲକ୍ଷପତି ଭରା ସାଗରଙ୍କୁ । ପ୍ରଥମେ ମାନ ଅଭିମାନ ପରେ ଆଦରରେ କୋଳାକୋଳି ହୋଇଥିଲେ ହଜି ଯାଇଥିବା ବାପା ଓ ପୁଅ ବୋହୁ ଓ ଅନ୍ୟ ସମ୍ପର୍କୀୟ। ପରିବାରର ମିଳନ ପରେ ଗ୍ରାମବାସୀ ଲକ୍ଷପତିଙ୍କୁ ଗାଧୋଇ ଦେଇ ଦାଢି କାଟି ପୁଅ ବୋହୁ ଆଣିଥିବା ନୁଆ ବସ୍ତ୍ର ପିନ୍ଧାଇ ଖାଦ୍ୟ ଖୁଆଇ ଚିକିତ୍ସା ପାଇଁ ମେଡିକାଲ ଅତିଥି ଭଳି ଗାଡି କରି ବିଦାୟ ଦେଇଥିଲେ।

Advertisement

ସୋନପୁର ଜିଲ୍ଲା ଉଲୁଙ୍ଗା ବ୍ଲକ ଗୋପାଳପୁର ଅଞ୍ଚଳର ବାସିନ୍ଦା ଲକ୍ଷପତି ଭରା ସାଗର । ସେ ରେଳବାଇ ରେ ଚାକିରି କରିଥିଲେ । ପାରିବାରିକ କଳହ ଓ ବିବାହ ବିଚ୍ଛେଦ ପରେ ସେ ଜେଲ ଯାଇଥିବା ପରିବାର ଲୋକ କହିଛନ୍ତି । ପରେ ଏହି ଘଟଣାକୁ ନେଇ ମାନସିକ ବିକୃତ ହୋଇ ଘରୁ ପଳାଇ ଆସିଥିଲେ । ପୁଅ ବହୁ ଖୋଜାଖୋଜି କରି ନପାଇବାରୁ ବାପା ମୃତ୍ୟୁବରଣ କରିସାରିଥିବା ଅନୁମାନ କରିଥିଲେ । ହେଲେ ଯାଜପୁର ଯମୁନା ଗ୍ରାମବାସୀ ଵାପାଙ୍କୁ ରଖି ଖବର ଦେଇଥିବାରୁ ବାପାଙ୍କ ପୁଣି ପୁନଃ ମିଳନ ହୋଇଥିବାରୁ ଗ୍ରାମବାସୀଙ୍କୁ ଶତ ନମସ୍କାର ଓ ଧନ୍ୟବାଦ ଜଣାଇଥିଲେ ପୁଅ ଶିବ ଭରା ସାଗର । ବୋହୁ ମଧ୍ୟ କହିଛନ୍ତି ବାପା ଘରର ମୁରବୀ ତାଙ୍କୁ ନେବା ପରେ ଭଲରେ ରଖିବୁ ଆଉ କୁଆଡେ ଛାଡିବୁନି ତାଙ୍କ ସେବା କରିବୁ।

Leave a Reply

Your email address will not be published. Required fields are marked *