Pratidin TV

Odisha's Digital News Platform

ପୁଣି କର୍ଣ୍ଣାଟକରେ ମାତିଲା ‘ମଙ୍କି ଫିଭର’; ୨ ମୃତ

1 min read

ଦେଶରେ ବିଭିନୟ ରାଜ୍ୟରେ ମଙ୍କି ଫିଭର ଆକ୍ରାନ୍ତ ଦେଖିବାକୁ ମିଳିଲାଣି | ଏହି ମଙ୍କି ଫିଭର ଆକ୍ରାନ୍ତ ସଂଖ୍ୟା ବଢୁଥିବା ସତ୍ୱେ ସରକାରଙ୍କ ଚିନ୍ତା ବଢିଯାଇଛି | ବିଶେଷକଟି କର୍ଣ୍ଣାଟକରେ ଏହାର ପ୍ରଭାବ ଅଧିକ ପଡିଛି | ଏହି ରୋଗରେ ଆକ୍ରାନ୍ତ ହୋଇ କର୍ଣ୍ଣାଟକରେ ୨ ଜଣଙ୍କର ମୃତ୍ୟୁ ହୋଇଛି | କର୍ଣ୍ଣାଟକରେ ଏବେ ସୁଦ୍ଧା ୬୪ଟି ‘ମଙ୍କି ଫିଭର’ ମାମଲା ସାମ୍ନାକୁ ଆସିସାରିଛି ।ତେବେ ଦୁଇ ଜଣଙ୍କ ମତ୍ୟୁ ହେବା ପରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ମୋଡ୍‌କୁ ଆସିଛି ।

ଏହି ଭାଇରାଲ୍ ସଂକ୍ରମଣର ମୁକାବିଲା ପାଇଁ କର୍ଣାଟକର ବିଭାଗୀୟ ଅଧିକାରୀମାନେ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି | ଏହି ରୋଗର କୌଣସି ନିର୍ଦ୍ଧିଷ୍ଟ ଚିକତ୍ସା ନାହିଁ | ଏହି ରୋଗର ଲକ୍ଷଣ ଗୁଡିକ ହେଉଛି, ଉଚ୍ଚ ତାପମାତ୍ରାରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଦୁର୍ବଳତା, ବାନ୍ତି ଏବଂ ଝାଡ଼ା | ଏହି ସମୟରେ କେବଳ ସତର୍କତା ଅବଲମ୍ବନ କରି ଏହି ରୋଗଠାରୁ ଦୂରେଇ ରହିପାରିବା ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି ।

Advertisement

ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ‘ମଙ୍କି ଫିଭର’ ହେଉଛି ଏକ ପ୍ରକାର କ୍ୟାସାନୁର ଫରେଷ୍ଟ ଡିଜିଜ୍‌ ବା KFD । ଏହି ରାଗରେ ଆକ୍ରାନ୍ତ ଥିବା ପ୍ରଥମ ମୃତ୍ୟୁ ଜାନୁଆରୀ ୮ରେ ଶିବମୋଗା ଜିଲ୍ଲାର ହୋସାନଗରରେ ଜଣେ ୧୮ ବର୍ଷର ଯୁବତୀ ଏଥିରେ ପ୍ରାଣ ହରାଇଥିଲେ । ଦ୍ୱିତୀୟ ମୃତ୍ୟୁ ଉଡୁପି ଜିଲ୍ଲାର ମଣିପାଲରେ ଘଟିଥିଲା । ସେତେବେଳେ ଚିକ୍‌‌ମେଙ୍ଗାଲରୁର ଶ୍ରୀଙ୍ଗେରୀରେ ଜଣେ ୭୯ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା ।

କେଏଫଡି ମାମଲାରେ ବୃଦ୍ଧି ଏବଂ ଦୁଇ ଜଣଙ୍କ ମୃତ୍ୟୁ ପରେ ଏବେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା । ପରେ ଏହି ରୋଗ ସହ ମୁକାବିଲା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଜାରି କରାଯାଇଅଛି।ମଙ୍କି ଫିଭର’ ଏକ ଭାଇରାଲ୍ ରୋଗ, ଯାହାକି କ୍ୟାସାନୁର ଫରେଷ୍ଟ ଡିଜିଜ୍‌ ଭାଇରସ୍‌ ଯୋଗୁଁ ବ୍ୟାପିଥାଏ । ପଶୁମାନଙ୍କଠାରୁ ମଣିଷଙ୍କୁ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ । ବିଶେଷକରି ଏହା ସେହି ଅଞ୍ଚଳରେ ଅଧିକ ବ୍ୟାପିଥାଏ ଯେଉଁଠାରେ ମାଙ୍କଡମାନଙ୍କର ସଂଖ୍ୟା ଅଧିକ ।

Leave a Reply

Your email address will not be published. Required fields are marked *