Pratidin TV

Odisha's Digital News Platform

ସରକାରଙ୍କ ବଡ଼ ଉପହାର ,ଏବେ ମିଳିବ ମାଗଣା ବିଜୁଳି !

1 min read

ଖୁସିଖବର ଦେଲେ ସରକାର । ଏବେ ମିଳିବ ମାଗଣା ବିଜୁଳି । ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବା ପରେ ଚମ୍ପାଇ ସୋରେନ ରାଜ୍ୟବାସୀଙ୍କୁ ଏକ ବଡ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିରେ ସମସ୍ତଙ୍କୁ ମିଳିବ ଲାଭ । ବିଦ୍ୟୁତ ଉପଭୋକ୍ତା ଏଥିରୁ ବିପୁଳ ଲାଭ ପାଇବାକୁ ଯାଉଛନ୍ତି । ଝାଡ଼ଖଣ୍ଡରେ ପ୍ରତି ମାସରେ ୧୦୦ ୟୁନିଟ ମାଗଣା ବିଦ୍ୟୁତ ଦିଆଯାଉଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଏହାକୁ ୧୨୫ ୟୁନିଟକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ଆବଶ୍ୟକ ପ୍ରକ୍ରିୟା ଶେଷ କରିବାକୁ ଶକ୍ତି ବିଭାଗକୁ ସିଏମ ଚମ୍ପାଇ ସୋରେନ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ପକ୍ଷରୁ କୁହାଯାଇଛି ଯେ ସରକାର ମଧ୍ୟ ବିଦ୍ୟୁତ ସବସିଡି ବୃଦ୍ଧି କରିବେ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସମସ୍ତ ବିଭାଗକୁ ବଜେଟ ବ୍ୟୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଚଳିତ ଆର୍ôଥକ ବର୍ଷର ଲକ୍ଷ୍ୟ ହାସଲ ହୋଇପାରିବ ।

Advertisement

Leave a Reply

Your email address will not be published. Required fields are marked *