Pratidin TV

Odisha's Digital News Platform

ବୋମାମାଳ ପିନ୍ଧି ବିଧାନସଭା ଗଲେ ବିଧାୟକ , ଜାଣନ୍ତୁ କଣ ରହିଛି ଏହା ପଛର ମୁଖ୍ୟ କାରଣ ..

1 min read

ମଧ୍ୟପ୍ରଦେଶ ବିଧାନସଭାର ଦ୍ୱିତୀୟ ଦିନ । ଆଉ ଏହି ଦ୍ୱୀତିୟ ଦିନରେ ନୂଆ ଅବତାରରେ ନଜର ଆସିଲେ ବିଧାୟକ । ବେକରେ ଏକ ବୋମାମାଳ ପକାଇ ବିଧାନସଭାରେ ପହଞ୍ଚିଥିଲେ କଂଗ୍ରେସ ବିଧାୟକ ରାମକିଶୋର ଦୋଗନେ । ବିଧାସଭାରେ ଉପସ୍ଥିତ ଥିବା ପ୍ରତିଟି ବ୍ୟକ୍ତି ଚକିତ ଓ ଭୟଭୀତ ହୋଇଯାଇଥିଲା । ପରେ ଜଣାପଡିଥିଲା କି ରାମକିଶୋର ପକାଇଥିବା ବୋମାମାଳ ଅସଲି ନୁହେଁ । ହରଦା ବୋମା ବିସ୍ଫୋରଣ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ଉଦ୍ଦେଶ୍ୟରେ ହରଦାର କଂଗ୍ରେସ ବିଧାୟକ ସୁତଲି ବୋମା ପିନ୍ଧି ବିଧାନସଭାରେ ପହଞ୍ଚିଥିଲେ ।

ଆଜି ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ । ମଧ୍ୟପ୍ରଦେଶର ହରଦା ଜିଲାରେ ବାଣ କାରଖାନାରେ ହୋଇଥିବା ବୋମା ବିସ୍ଫୋରଣ କେବଳ ରାଜ୍ୟକୁ ନୁହେଁ ସାରା ଦେଶକୁ ଚକିତ କରିଛି । ବିଧାନସଭାରେ ମଧ୍ୟ ହରଦା ଦୁର୍ଘଟଣା ପ୍ରସଙ୍ଗ ଉଠିଥିଲା । ବର୍ତ୍ତମାନ ବିଧାୟକ ଆର.କେ ଦୋଗନେଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ସହିତ ବାଣ ବିସ୍ଫୋରଣ ଘଟଣାକୁ ନେଇ ବରୋଧୀ ଦଳର ବିଧାୟକ ଧାରଣା ଦେଇଛନ୍ତି । ଏହାସହ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *