Pratidin TV

Odisha's Digital News Platform

ଇତିହାସ ରଚିଲେ ବରୁଣ , ଅଷ୍ଟ୍ରେଲିଆ ସଂସଦରେ ଭଗବତ ଗୀତା ଛୁଇଁ କଲେ ଶପଥ ପାଠ ..

1 min read

ଅଷ୍ଟ୍ରେଲିଆ ସଂସଦରେ ଗୀତା ପାଠ କରି ପଦ ଗୋପନୀୟତାର ଶପଥ ନେଇ ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ବଂଶୋଭବ । ପଶ୍ଚିମ ଅଷ୍ଟ୍ରେଲିଆରୁ ବିଧାନସଭା ଏବଂ ବିଧାନ ପରିଷଦ ପାଇଁ ଫେଡେରାଲ ସଂସଦର ସିନେଟରେ ନୂତନ ସିନେଟର ଭାବରେ ବରୁଣ ଘୋଷଙ୍କୁ ମନୋନୀତ କରାଯାଇଛି । ସେ ପ୍ରତିନିଧିତ୍ୱ କରୁଥିବା ଲେଜିସିଲେଟିଭି କାଉନସିଲ ଓ ଆସମ୍ବଲି ତାଙ୍କୁ ସିନେଟର ଭାବେ ମନୋନିତ କରିବା ପରେ ସେ ଆଜି ଗୃହରେ ସଦସ୍ୟ ପଦର ଶପଥ ପାଠ କରିଛନ୍ତି । ସୂଚନାଯୋଗ୍ୟ, ଗତ ମାସରେ ଅଷ୍ଟ୍ରେଲିୟା ଲେବର ପାର୍ଟି ସିନେଟର ପାଟ୍ରିକ ଡୋଡସନ ସ୍ୱାସ୍ଥ୍ୟଗତ କାରଣରୁ ରାଜନୀତିରୁ ଅବସର ଘୋଷଣା କରିଥିଲେ । ଯାହା ପରେ ବାରିଷ୍ଟର ଘୋଷ ସିନେଟରେ ସ୍ଥାନ ପାଇଛନ୍ତି ।

Advertisement

ତେବେ ସେ ଜଣେ ବଂଶାନୁକ୍ରମିକ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିବାରୁ ନିଜ ଧାର୍ମିକ ଆସ୍ଥା ଅନୁସାରେ, ଭଗବତ ଗୀତା ପାଠ କରି ଶପଥ ଗ୍ରହଣ କରିଛନ୍ତି । ସେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ଆନ୍ଥୋନା ଆଲବନିଜ ଓ ଅନ୍ୟ ମନ୍ତ୍ରୀ ତଥା ସିନେଟରଙ୍କ ସହ ସାକ୍ଷାତ କରିଥିବା ବେଳେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ବିଭିନ୍ନ ଦେଶର ଶାସନ ବ୍ୟବସ୍ଥାରେ ଭାରତୀୟ ବଂଶୋଦ୍ଭୋବଙ୍କ ପ୍ରତିନିଧିତ୍ୱ ରହିଥିବା ବେଳେ ବିଦେଶୀ ସଂସଦରେ ଗୀତା ପାଠ କରି ଶପଥ ନେବାରେ ବରୁଣ ପ୍ରଥମ ଭାରତୀୟ ବଂଶୋଦ୍ଭବ ବୋଲି କୁହାଯାଉଛି । ଅଷ୍ଟ୍ରେଲିଆ ଲେବର ପାର୍ଟିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ବରୁଣ ୨୦୧୫ରେ ସେ ଅଷ୍ଟ୍ରେଲିଆ ଫେରିବା ପରେ ଲେବର ପାର୍ଟିରେ ଯୋଗଦାନ କରି ରାଜନୀତିରେ ପ୍ରବେଶ କରିଥିଲେ । ୨୦୧୯ରେ ଅଷ୍ଟ୍ରେଲିଆରେ ସେ ଲେବର ପାର୍ଟି ଟିକେଟରେ ସାଧାରଣ ନିର୍ବାଚନ ଲଢିଥିଲେ । ହେଲେ ଏଥିରେ ତାଙ୍କୁ ପରାଜିତ ହେବାକୁ ପଡିଥିଲା । କିଛି ବର୍ଷ ଦଳରେ କାମ କରିବା ପରେ ଏବେ ସେ ସିନେଟର ଭାବେ ସଂସଦକୁ ମନୋନିତ ହୋଇଛନ୍ତି ।

ବରୁଣଙ୍କ ଜନ୍ମ ଭାରତରେ ହୋଇଥିଲା । ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ତାଙ୍କ ପୁରା ପରିବାର ଅଷ୍ଟ୍ରେଲିଆ ଚାଲିଯାଇଥିଲେ । ବରୁଣ ଅଷ୍ଟ୍ରେଲିଆରେ ତାଙ୍କର ଉଚ୍ଚଶିକ୍ଷା ସମାପ୍ତ କରିଛନ୍ତି । ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟରୁ ସେ କଳା ଓ ଆଇନରେ ଉଚ୍ଚଶିକ୍ଷା ଶେଷ କରିବା ପରେ ଜଣେ ବାରିଷ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ୟୁରୋପ ଗସ୍ତ କରି ପ୍ରତିଷ୍ଠିତ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଲ’ ପାସ କରିଥିଲେ । ସେ ସେଠାରେ ଜଣେ ସ୍କଲାର ଭାବେ ସମ୍ମାନିତ ମଧ୍ୟ ହୋଇଥିଲେ । ଏହା ପରେ ସେ ନ୍ୟୁ-ୟର୍କରେ ଜଣେ ଫାଇନାନ୍ସ ଆର୍ଟର୍ଣ୍ଣି ଭାବେ କାମ କରିବା ପରେ ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ବିଶ୍ୱବ୍ୟାଙ୍କର କନସଲଟାଣ୍ଟ ଭାବେ ମଧ୍ୟ କାର୍ଯ୍ୟ କରିବାର ଅବସର ପାଇଥିଲେ । ଏହା ପରେ ସେ ପୁଣି ଅଷ୍ଟ୍ରେଲିଆ ଫେରିଥିଲେ । ତେବେ ଅଷ୍ଟ୍ରେଲିଆ ସଂସଦରେ ଭବବତ ଗାତା ଛୁଇଁ ଶପଥ ନେଇ ଇତିହାସ ରଚିଛନ୍ତି ବାରିଷ୍ଟର ବରୁଣ ଘୋଷ ।

Leave a Reply

Your email address will not be published. Required fields are marked *