Pratidin TV

Odisha's Digital News Platform

ଦୋକାନ ଆଗରେ ପାଲ ଟାଣିଲେ ସଟର କାଟି ସୁନା ଗହଣା ଲୁଟୁନେଲେ ।

1 min read

ଭଦ୍ରକ ; ଚୋରୀ କରିବାର ନୂଆ ନୂଆ ଉପାୟ ଭାବି ରାତିଅଧରେ ଲୋକଙ୍କୁ ଲୁଟୁଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ସୁନା ଗହଣା ଦୋକାନ ସାମ୍ନାରେ ପାଲ ଟାଙ୍ଗିଲେ, ଭିତରେ ସଟର ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ମଞ୍ଜୁରୀରୋଡ଼ ଫାଣ୍ଡି ନିକଟ ବଜାରରୁ ଲୁଟ ହୋଇଛି ।

ସୂଚନାଯୋଗ୍ୟ ଯେ ବିଳମ୍ବିତ ରାତିରେ ଲୁଟେରା ମାନେ ମଞ୍ଜୁରୀରୋଡ଼ ବଜାର ରେ ଥିବା ଅଲେଖ ସୁନା ଗହଣା ଦୋକାନ ସାମ୍ନାରେ ପାଲ ଟାଙ୍ଗି ଥିଲେ । ପରେ ଦୋକାନର ସଟର କାଟି ପରେ ଗ୍ରୀଲ ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟି ନେଇଛନ୍ତି । ଦୋକାନରେ ଥିବା ବଡ଼ ଲକରକୁ ତାଡି ଦେଇଥିବା ବେଲବ ଛୋଟ ଲକରକୁ ନେଇଯାଇଛନ୍ତି । ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ କେତେ ଟଙ୍କା ଓ ସୁନା ଗହଣା ଚୋରି ହୋଇଛି ସ୍ପଷ୍ଟ ହୋଇ ପାରିନାହିଁ । ଅନ୍ୟ ପକ୍ଷରେ ସୋ କେଶରେ ଥିବା ସୁନା, ରୂପା ଓ ନଗଦ ଟଙ୍କା ଲୁଟ ହୋଇଥିଵା ସୂଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *