Pratidin TV

Odisha's Digital News Platform

ହାଇୱା ଧକ୍କାରେ ଛାତ୍ର ଗୁରୁତର ; ନିଆଯାଉନି କାର୍ଯ୍ୟାନୁଷ୍ଠାନ , ପୋଲିସ ନାଁରେ ବଟି ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକ ….

1 min read

ଭଦ୍ରକ : ଦୁର୍ଘଟଣା ଘଟାଇଥିବା ବାଲି ବୋଝେଇ ଟ୍ରକକୁ ଅଟକାଇଵୁ କେନ୍ଦ୍ର କରି ପୋଲିସ ଓ ସାଧାରଣ ଲୋକ ମୁହାଁମୁହିଁ। ଏହି ଘଟଣା ରେ ୪ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ ଵନ୍ତ ଥାନା ଛକରେ ଘଟିଛି ଏଭଳି ଘଟଣା। ବନ୍ତ ଥାନା ଅନ୍ତର୍ଗତ ଶ୍ରୀବନ୍ତପୁର ରେ NO ENTRY ସମୟରେ ବାଲି ବୋଝେଇ ଟ୍ରକଟି ସ୍କୁଲ ପିଲାକୁ ଧକ୍କା ଦେଇ ପଳେଇ ଯାଉଥିଲା ବେଳେ ସ୍ଥାନୀୟ ଲୋକମାନେ ଗୋଡେଇ ଗୋଡାଇ ଟ୍ରକକୁ ଵନ୍ତ ଥାନା ଛକରେ ଅଟକାଇଥିଲେ। ତେବେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି କାହିଁକି ଗାଡିକୁ ଅଟକାଇଛ ବୋଲି ପ୍ରଶ୍ନ କରିଥିଲେ।ତେବେ ଏହାକୁ ନେଇ ସାଧାରଣ ଜନତା ଓ ପୋଲିସ ମଧ୍ୟରେ ଉଚ୍ଚାବାଚ ସହ ହାତାହାତି ହୋଇଥିଲା। ପୋଲିସ ସାଧାରଣ ଲୋକଙ୍କୁ ଘଉଡାଇବା ସହ ମାଡ ମଧ୍ୟ ମାରିଥିଲା।ସବୁଠାରୁ ବଡ କଥା ହେଉଛି ନିଜେ ବନ୍ତ ଥାନାଧିକାରୀ ଲୋକଙ୍କୁ ଧକ୍କା ମାରୁଥିବାର ଦୃଶ୍ୟ ମଧ୍ୟ ଭାଇରାଲ ହେଉଛି । ତେବେ ଏଥିରେ ୪ଜଣ ଆହତ ହୋଇଥିବା ବେଳେ ସେଠାରେ ଚାପା ଉତ୍ତେଜନା ଲାଗି ରହିଥିଲା । ତେବେ ପୋଲିସ ର ଏଭଳି ସାଧାରଣ ଲୋକଙ୍କ ଉପରେ ଗୁଣ୍ଡାମୀ କୁ ସ୍ଥାନୀୟ ଲୋକେ ନାପସନ୍ଦ କରିଛନ୍ତି ।

ସୂଚନା ଥାଉକି ବିଗତ କିଛି ଦିନ ପୂର୍ବରୁ ବନ୍ତ ଟ୍ରକ ଧକ୍କାରେ ଅଂଚଳର ଏକ ଦୁର୍ଘଟଣା ରେ ଜଣେ ପ୍ରାଣ ହରାଇଥିବାବେଳେ ଲୋକମାନେ କ୍ଷତିପୂରଣ ତଥା ନ୍ୟାୟ ଦାବିରେ ରାସ୍ତାରୋକ କରିଥିଲେ ସେତେବେଳେ ଉପଜିଲ୍ଲାପାଳ ନିଜେ, ବିଧାୟକ, ସ୍ଥାନୀୟ ଲୋକ, ଟ୍ରକ ମାଲିକ ଙ୍କୁ ନେଇ ଏକ ବୈଠକ ହୋଇଥିଲା ଯେଉଁଥିରେ ଉପଜିଲ୍ଲାପାଳ ଙ୍କ ନିର୍ଦେଶ ଥିଲାକି ସଖାଳ ୬ ରୁ ରାତି ଦାସ ୧୦ ଯାଏଁ ଭାରିଜାନ ନିଷେଧ କରାଗଲା ବୋଲି କିନ୍ତୁ ତାହାକୁ ପାଳନ କରିନାହାନ୍ତି ଏବଂ ବଟି ଲୋଭରେ ଗାଡି ଗୁଡିକୁ ଛାଡି ଏଭଳି କରୁଛନ୍ତି । ଥାନାଧିକାରି ଶ୍ରୀବଲ୍ଲଭ ସାହୁ ଯାହା ପାଇଁ ଆଜି ଏକ ବଡ ଦୁର୍ଘଟଣା ଘଟିବାକୁ ଯାଉଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ର ଜଣକ ବୋଲି ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ଲୋକେ । ସେହିପରି ୧୫ ଦିନ ପୂର୍ବରୁ ବନ୍ତ ଥାନାଧିକାରୀ ବନ୍ତ ଅଂଚଳର ଦୁଇଜଣ ବରିଷ୍ଠ ସଂମ୍ୱାଦିକ ଙ୍କୁ ଦୁର୍ବ୍ୟବହାର ପ୍ରତିବାଦ ରେ ଥାନାଧିକାରୀ ଙ୍କ ବିରୋଧ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଜିଲ୍ଲାର ସାମ୍ୱାଦିକ ମାନେ ଅଭିଯୋଗ କରିଥିଲେ ।

Advertisement

ତେବେ ସବୁଠାରୁ ଆଶ୍ଚର୍ଯ୍ୟା ର କଥା ହେଉଛି ଗତ ୨୯ ଡିସେମ୍ବର ରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରୁ ବିଭିନ୍ନ ଥାନାଧିକାରୀ ଙ୍କ ବଦଳି ନିମିତ୍ତ ଏକ ଚିଠି ମଧ୍ୟ ପ୍ରକାଶ ପାଉଥିଲା ଯେଉଁ ବଦଳି ଚିଠିରେ ବନ୍ତ ଥାନାଧିକାରୀ ଶ୍ରୀ ବଲ୍ଳଭ ସାହୁଙ୍କ ନାମ ମଧ୍ୟ ଥିଲା । ଶ୍ରୀ ସାହୁ ଙ୍କୁ ବନ୍ତ ରୁ ତିହିଡି ଥାନାକୁ ବଦଳି କରାଯାଇଥିଲା । କିନ୍ତୁ ବଦଳି ନିର୍ଦେଶ ର ଚିଠି ମାତ୍ର ଦୁଇ ଦିନ ପରେ ଅର୍ଥାତ ୩୧ ଡିସେମ୍ବର ରେ ଶ୍ରୀ ସାହୁ ଙ୍କ ବଦଳି କୁ ରଦ୍ଦ କରାଯାଇଥିଲା । ତେବେ ଶ୍ରୀ ସାହୁ ଙ୍କ ବଦଳି କୁ କେଉଁ ଉଦେଶ୍ୟରେ ଆଉ କାହା ଇଙ୍ଗିତରେ ରଦ୍ଦ କରାଗଲା ତାହା ସମସ୍ତ ସ୍ଥାନୀୟ ଲୋକଙ୍କୁ ଆଚମ୍ବିତ କରିଥିଲା ଏବଂ ସେ ସମ୍ପର୍କ ରେ ମଧ୍ୟ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ହୋଇଥିଲା । ଆଉ ଆଜି ଯେଉଁ ଘଟଣା ଘଟିଲା ତଥା ଥାନାଧିକାରୀ ଯେଉଁ ଭଳି ଭାବରେ ସାଧାରଣ ଜନତାଙ୍କୁ ବ୍ୟାବହାର କଲେ ତାହା ଅତ୍ୟନ୍ତ ଲଜ୍ଜା ଜନକ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ତେବେ ଗୁରୁବାର ସନ୍ଧ୍ୟାରେ ମଧ୍ୟ ବନ୍ତ ବଜାର ର ସ୍ଥାନୀୟ ବାସିନ୍ଦା ଏବଂ ଦୁର୍ଘଟଣା ରେ ଶିକାର ହୋଇଥିବା ଛାତ୍ର ଙ୍କ ବାପା ମା ଆସି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଅବୈଧ ପାର୍କିଙ୍ଗ ଓ ଥାନାଧିକାରୀ ଙ୍କ ଗୁଣ୍ଡାମୀ ବିରୋଧ ରେ ଅଭିଯୋଗ କରିବା ସହ ଥାନାଧିକାରୀ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମଧ୍ୟ ଉଚିତ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ତେବେ ଦେଖିବାକୁ ବାକିରହିଲା ଥାନାଧିକାରୀ ଙ୍କ ବିରୋଧ ରେ ପୁଳା ପୁଳା ଅଭିଯୋଗ ପରେ କେବେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ।

Leave a Reply

Your email address will not be published. Required fields are marked *