Pratidin TV

Odisha's Digital News Platform

ରାଜନେତା ଅଭିଷେକ ଘୋଷାଲକର ଫେସବୁକ୍ ଲାଇଭରେ ହତ୍ୟା ପରେ ନିଜ ଜୀବନ ନେଲା ଅଭିଯୁକ୍ତ…

1 min read

ମୁମ୍ବାଇର ଦହିସର ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା | ମୁମ୍ବାଇର ପୂର୍ବ ନଗରସେବକ ଅଭିଷେକ ଘୋଷାଲକରଙ୍କୁ ଗୁଳି ମାରି ହତ୍ୟା ମାମଲାରେ ୨ ଏଫଆଇଆର ରେକର୍ଡ ହୋଇଛି | ଗୋଟେ ହତ୍ୟା ମାମଲା ଅନ୍ୟ ଏକ ଆତ୍ମହତ୍ୟା | ଗୁରୁବାର ଦିନ ସନ୍ଧ୍ୟା ସମୟରେ ଆରୋପି ମାଁରିସ ନୋରହ୍ନ ଅଭିଷେକ ଘୋସଲକରଙ୍କୁ ନିଜ କାର୍ଯ୍ୟଳୟକୁ ଡାକି ଫେସବୁକ ଲାଇଭ ସମୟରେ ତାଙ୍କୁ ୫ ଥର ଗୁଳି ଚଳାଇ ନିଜକୁ ଗୁଳି ମାରିଦେଇଥିଲେ | ଜଣାପଡିଛି ଯେ ୨ ଜଣଙ୍କର ମୃତ୍ୟୁ ହୋଇସାରିଛି |

ଏହି ଘଟଣା ଖବର ପୋଲିସକୁ ସୂଚନା ମିଳିବ ପରେ ତଦନ୍ତ ଆରମ୍ଭ କରି ଜଣେ ବ୍ୟକ୍ତି ମେହୁଲ ପାରିଖ ନାମକଜଣେ ବ୍ୟକ୍ତିକୁ ପଚରାଉଚରା ପାଇଁ ହେପାଜତରେ ନେଇଛି |ସୂଚନା ଅନୁଯାୟୀ ଫେସବୁକ ଲାଇଭ ଚାଲୁଥିବା ସମୟରେ ମେହୁଲ, ମୋରିସ୍ ନୋରୋନ୍ହା କାର୍ଯ୍ୟାଳୟରେ ପହଞ୍ଚିଥଲା | ଲାଇଭ୍ ସମୟରେ, ମୋରିସ୍ ନୋରୋନ୍ହା ଉଠିଥିବାର ଦେଖିଲେ ଯେ ମେହୁଲ ଆସିଛନ୍ତି | ଏହାର କିଛି ସମୟ ପରେ ମୋରିସ୍ ନୋରୋନ୍ହା ଅଭିଷେକ ଘୋଷାଲକରଙ୍କୁ ଗୁଳି କରି ନିଜେ ମଧ୍ୟ ଗୁଳି ଚଳାଇଥିଲେ। ଏହି ଘଟଣାରେ ମେହୁଲଙ୍କର କୌଣସି ଭୂମିକା ଅଛି କି …? ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏହି ମାମଲାର ତଦନ୍ତ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

Advertisement

ସୂଚନା ଅନୁଯାୟୀ ଯେଉଁ ବ୍ୟକ୍ତି ଅଭିଷେକଙ୍କୁ ଗୁଳି କରି ମାରିଥିଲେ ସେହି ବ୍ୟକ୍ତିଙ୍କର ପରିଚୟ ମିଳିଛି |ପୋଲିସ ମୁତାବକ ମୋରିସ୍ ନୋରୋନ୍ହା ଉପରେ ଦୁଷ୍କର୍ମ ଅଭିଯୋଗ ଥିଲା ଯାହା ପାଇଁ ତାକୁ ୨0୨୨ ରେ ଗମ୍ଭୀର କାନୁନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା | ଏହିପରି ଭାବରେ ପୋଲିସ ତାଙ୍କ ବିଷୟରେ ପରିଚୟପାଇବା ପରେ ଖୋଳତାଡ଼ ଆରମ୍ଭ କରିଛି |

Leave a Reply

Your email address will not be published. Required fields are marked *