ମହାନଦୀ ଦୂଷିତ ପାଣି ସମସ୍ୟା ଦୂର ହେବ ୬ମାସରେ , ଇନ୍ଦ୍ରାଣୀପାଟଣା ଚଷାପଡା ରେ ପହଞ୍ଚିବ ସୁଦ୍ଧ ପାଣି
1 min readକଟକ : ସ୍ୱଚ୍ଛ ପାନୀୟ ଜଳଯୋଗାଣ କରିବାକୁ ଦାବି କରି କଟକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । କଟକ-ଚୌଦ୍ଵାର ବିଧାନସଭା ନିର୍ବାଚନୀ ମଣ୍ଡଳୀର ଇନ୍ଦ୍ରାଣୀପାଟଣା ପଞ୍ଚାୟତ ଚଷାପଡା ଗ୍ରାମବାସୀଙ୍କ ତରଫରୁ ବିଜେଡି ନେତ୍ରୀ ରୂପାଲୀ ଲେଙ୍କାଙ୍କ ନେତୃତ୍ବରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଥରେ କି ଦୁଇ ଥରେ ନୁହେଁ ବାରମ୍ବାର ଏହି ଅଞ୍ଚଳରେ ପାନୀୟଜଳ ଯୋଗାଣ ପାଇଁ ଦାବି କରାଯାଇଛି । ହେଲେ କିଛି ସଫଳ ମିଳି ପାରିଲା ନାହିଁ ।
ଶେଷରେ ଜିଲ୍ଲାପାଳଙ୍କ ନିକଟରେ ଏହି ସମସ୍ୟାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଏବଂ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ କଟକ-ଚୌଦ୍ଵାର ପୂର୍ବତନ ବିଧାୟକ କହିଛନ୍ତି ଏହି ସମସ୍ୟା ଆଜିକାଲିର ନୁହେଁ, ଏହା ଦୀର୍ଘ ଦିନର ସମସ୍ୟା ମୁଁ ବିଧାୟକ ଥିବା ଅବସ୍ଥାରେ ଏହି ସମସ୍ୟା ଲାଗି ରହିଥିଲା । ଆଉ ସେତେବେଳେ ଏକ ବୋରୱେଲ ସ୍ଥାପନ ହୋଇଥିଲା । କିନ୍ତୁ ବର୍ତ୍ତମାନ ଉକ୍ତ ବୋରୱେଲରେ ଜଳସ୍ତର କମି କମି ଯିବାରୁ ଜଳ ସମସ୍ୟା ଦେଖାଦେଇଛି ଇନ୍ଦ୍ରାଣୀପାଟଣା ଚଷାପଡା ଗାଁ’ରେ ।
ତେବେ ଚୌଦ୍ଵାର ମୁନସିପାଲଟିରୁ ୪୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦରେ ମହାନଦୀ ରୁ ଜଳ ସଂଗ୍ରହ କରାଯାଇ ଚୌଦ୍ଵାରବାସୀ ଙ୍କ ପାଇଁ ଆଗାମୀ ୬ମାସ ମଧ୍ୟରେ ୨୪ ଘଣ୍ଟିଆ ଜଳଯୋଗାଇ ଦିଆଯିବ ଏବଂ ପାନୀୟ ଜଳ ସମସ୍ୟା ସମ୍ପୂର୍ଣ ହଟିଯିବ ।