Pratidin TV

Odisha's Digital News Platform

ସମସ୍ତଙ୍କ ପ୍ରେରଣା ପାଲଟିଛନ୍ତି ରାଧୀକା : ବଙ୍କା ବେକ ପାଇଁ ସମସ୍ତେ ଉଡାଉଥିଲେ ମଜାକ ବନିଗଲେ ସଫଳ ଉଦ୍ୟୋଗୀ ..

1 min read

ଯେଉଁମାନଙ୍କ ସ୍ୱପ୍ନରେ ଜୀବନ ଥାଏ ସେମାନଙ୍କ ସ୍ୱପ୍ନ ଦିନେ ନା ଦିନେ ପୂରଣ ହୁଏ । ସେମାନେ ଡେଣାରେ ନୁହେଁ, ଭାବନାର ସହିତ ଉଡ଼ନ୍ତି । ଯଦି ଭାବନା ଶକ୍ତିଶାଳୀ ତେବେ ଜଣେ କିଛି ବି କରିପାରେ । ଯାହାର ଏକ ସୁନ୍ଦର ଉଦାହରଣ ପାଲଟିଛନ୍ତି ରାଧୀକା ଗୁପ୍ତା । ଦିନେ ଶାରିରୀକ ଗଠନ ପାଇଁ ଅନେକ ଲୋକଙ୍କର ସମାଲୋଚନାରେ ଶିକାର ହୋଇଥିଲେ । ଲୋକମାନଙ୍କର ତାତ୍ସଲ୍ୟ କୁ ସହି ନପାରି ଦିନେ ସେ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ଆଜି ସେ ହେଉଛନ୍ତି ଭାରତର ଜଣେ ସଫଳ ଉଦ୍ୟୋଗୀ ମାନଙ୍କ ଭିତରୁ ଜଣେ । ତେବେ ଆସନ୍ତୁ ଜାଣିବା ତାଙ୍କର ସେହି ସଂଘର୍ଷପୂର୍ଣ୍ଣ କାହାଣୀ ବିଷୟରେ ।

ଏଡେଲୱିସ୍ ଏମ୍‌ଏଫ୍ ସିଇଓ ରାଧିକା ଗୁପ୍ତା । ତାଙ୍କୁ ମଧ୍ୟ ଅନେକ ପ୍ରତ୍ୟାଖ୍ୟାନ ଏବଂ ଥଟ୍ଟାର ପରିହାସର ସାମ୍ନା କରିବାକୁ ପଡିଥିଲା, କିନ୍ତୁ ଆଜି ତାଙ୍କର ପରିଚୟ କାହାରି ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଜନ୍ମରୁ ତାଙ୍କର ବେକ ଟିକେ ବଙ୍କା । ତେବେ ସ୍କୁଲରେ ପଢ଼ିବା ବେଳେ ଅନ୍ୟମାନଙ୍କଠାରୁ ଅଲଗା ବାରି ହୋଇପଡୁଥିଲେ । ତାଙ୍କ ବାପା ଥିଲେ ଜଣେ କୂଟନୀତିଜ୍ଞ । ନାଇଜେରିଆ ଆସିବା ପୂର୍ବରୁ ସେ ପାକିସ୍ତାନ, ନ୍ୟୁୟର୍କ ଓ ଦିଲ୍ଲୀରେ ବାସ କରିଛନ୍ତି । ରାଧିକାଙ୍କ ମାଆ ସେ ପଢ଼ୁଥିବା ସ୍କୁଲରେ ହିଁ କାର୍ଯ୍ୟ କରୁଥିଲେ ଏବଂ ସେ ଅତ୍ୟନ୍ତ ସୁନ୍ଦର ଥିଲେ । ଏପରି ସୁନ୍ଦରୀ ମାଆର ଏତେ ଅସୁନ୍ଦର ଝିଅ! ସ୍କୁଲ ଜୀବନରେ ତାଙ୍କୁ ସବୁବେଳେ ତାଙ୍କ ମାଆଙ୍କ ସହ ତୁଳନା କରାଯାଉଥିଲା । ଏଥିରେ ରାଧିକାଙ୍କ ଆତ୍ମବିଶ୍ୱାସ ଭାଙ୍ଗିଯାଉଥିଲା । ଚାକିରି ପାଇଁ ଚେଷ୍ଟା କରି ସପ୍ତମ ଥର ବି ବିଫଳ ହେବା ପରେ ଶେଷରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ସେ ଝରକା ବାଟେ ତଳକୁ ଡେଇଁ ପଡ଼ିବାକୁ ବସିଥିଲେ । ତାଙ୍କ ସାଙ୍ଗ ସାହାଯ୍ୟ ପାଇଁ ଡାକ ପକାଇଲା । ତାଙ୍କୁ ଏକ ସାଇକିଆଟ୍ରିକ୍ ୱାର୍ଡରେ ଭର୍ତ୍ତି କରାଯଇଥିଲା । ଡାକ୍ତର କହିଲେ ସେ ଅତ୍ୟନ୍ତ ମାନସିକ ବିଷାଦଗ୍ରସ୍ତ ।

Advertisement

ଏହି ସବୁ କଷ୍ଟଦାୟକ ଦିନ ପରେ, ରାଧିକା ପାଇଁ ଭଲ ଦିନ ମଧ୍ୟ ଆସିଲା ଏବଂ ସେ ମ୍ୟାକେଞ୍ଜିରେ ତାଙ୍କର ପ୍ରଥମ ଚାକିରି ପାଇଲେ । ଏହାପରେ ଜୀବନରେ କିଛି ବଡ କରିବାକୁ ଚିନ୍ତା କଲେ । ତାଙ୍କୁ ସମାଲୋଚନା କରୁଥିବା ଲୋକମାନଙ୍କୁ ସେ କଡା ଜବାବ ଦେବାକୁ ଚାହିଁଲେ । ଅନେକ ବଡ ବଡ କମ୍ପାନୀରେ କାମ କରିବା ପରେ ସେ ତାଙ୍କ ସ୍ୱାମୀ ଏବଂ ସାଙ୍ଗ ସହିତ ଏକ ମ୍ୟୁଚୁଆଲ ଫଣ୍ଡ ପରିଚାଳନା ସଂସ୍ଥା ଏଡେଲୱିସ୍ ଗୠ ଆରମ୍ଭ କରିବାକୁ ସ୍ଥିର କଲେ । ରାଧୀକାଙ୍କୁ ତାଙ୍କ ପରିବାର ପାଖରୁ ବେଶ୍ ସମର୍ଥନ ମିଳିଲା । ଦିନେ ଗୋଟେ ଚାକିରି ପାଇଁ ସଂଘର୍ଷ କରୁଥିବା ସେହି ରାଧୀକା ୩୩ ବର୍ଷ ବୟସରେ କମ୍ପାନୀର ସିଇଓ ହୋଇଯାଇଥିଲେ । ରିପୋର୍ଟ ଅନୁଯାୟୀ, ଡିସେମ୍ବର ୩୧, ୨୦୨୩ ସୁଦ୍ଧା ତାଙ୍କ ଫାର୍ମର ମୋଟ ସମ୍ପତ୍ତି ୧୨୧୩୯୯.୦୪ କୋଟି ବୋଲି ଜଣାପଡିଛି । ସମାଲୋଚନାକୁ ଖାତିର ନକରି ରାଧୀକା ଆଜି ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି ତାହା ନୁହେଁ ବରଂ ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ରୋଲ୍ ମଡେଲ୍ ।

Leave a Reply

Your email address will not be published. Required fields are marked *