Pratidin TV

Odisha's Digital News Platform

U-19 ବିଶ୍ୱକପ୍ ଫାଇନାଲ୍ ; ପୁଣି ଅଷ୍ଟ୍ରେଲିଆ ସହ ଲଢିବ ଭାରତ , ଏଥର ଟକ୍କର ଦେବେ ଜୁନିଅର ଦଳ ।

1 min read

ନୂଆଦିଲ୍ଲୀ ; ଫେବୃଆରୀ ୧୧ ରେ ବେନୋନିର ୱିଲୋମୋର ପାର୍କରେ ଆଇସିସି ଅଣ୍ଡର ୧୯ ବିଶ୍ୱକପ ୨୦୨୪ ର ଫାଇନାଲରେ ଅଷ୍ଟ୍ରେଲିଆ ଭାରତ ସହିତ ମୁକାବିଲା କରିବ । ଉଭୟ ଦଳ ନିଜ ନିଜ ସେମିଫାଇନାଲରେ ର‌୍ୟାକିଙ୍ଗ୍ ଲଢେଇ ପରେ ଫାଇନାଲରେ ପ୍ରବେଶ କରିଛନ୍ତି । ପୁଣି ଥରେ ଅଷ୍ଟ୍ରେଲିଆକୁ କଡା ଟ୍‌କ୍କର ଦେବା ଭାରତ । କିନ୍ତୁ ଏଥର ଲଢେଇ ସିନିୟର ଦଳର ନୁହଁ ବରଂ ସିନିୟର ଟିମ୍ ହାରିଥିବା ବାଜି ପଲଟାଇବ ଜୁନିୟର ଦଳ । ରବିବାର ଭାରତର ଅଣ୍ଡର ୧୯ ଟିମ ଦିନିକିଆ ବିଶ୍ୱକପ ଟ୍ରଫି ପାଇଁ ଅଷ୍ଟ୍ରେଲିଆ କୁ ଟକ୍କର ଦେବ ଭାରତ । ଆଜି ପାକିସ୍ତାନ ବିପକ୍ଷ ସେମି ଫାଇନାଲକୁ ଅଷ୍ଟ୍ରେଲିଆ ବେଶ ରୋମାଞ୍ଚକର ଢଙ୍ଗରେ ଜିତି ଫାଇନାଲ ଟିକେଟ ହାତେଇଛି। ଅନ୍ୟପଟେ ଭାରତ ଦିନକ ପୂର୍ବରୁ ୨ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ୯ମ ଥର ଫାଇନାଲରେ ପ୍ରବେଶ କରିଥିଲା।

ଭାରତ U19 ବନାମ ଅଷ୍ଟ୍ରେଲିଆ ଟ୧୯ ସେମିଫାଇନାଲ କେବେ ହେବ?
ଫେବୃଆରୀ ୧୧, ୨୦୨୪ ରେ ଇଣ୍ଡିଆ ଅଣ୍ଡର ୧୯ ବନାମ ଅଷ୍ଟ୍ରେଲିଆ ୧୯ ସେମିଫାଇନାଲ ହେବ ।

Advertisement

ଅଣ୍ଡର ୧୯ ବିଶ୍ୱକପରେ ଭାରତ ବନାମ ଅଷ୍ଟ୍ରେଲିଆ ଫାଇନାଲ କେଉଁ ସମୟରେ ଆରମ୍ଭ ହେବ?

ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍ (IST) ଅନୁଯାୟୀ IND U19 ବନାମ AUS U19 ଫାଇନାଲ୍ ଫେବୃଆରୀ ୧୧ ରେ ୧:୩୦ PM ରେ ଆରମ୍ଭ ହେବ ।

ନଭେମ୍ବର ୧୯ରେ ଭାରତ – ଅଷ୍ଟ୍ରେଲିଆଠୁ ହାରିଥିବା ବିଶ୍ୱକପ୍ ଫାଇନାଲ ର ରବିବାର ବଦ୍‌ଲା ନେବ ଜୁନିଅର ଟିମ୍ ଇଣ୍ଡିଆ । ତେବେ ଏହି ରୋମାଞ୍ଚକର ମ୍ୟାଚ୍ ଦେଖିବା ପାଇଁ କେବଳ ଭାରତବାସୀ ନୁହେଁ ବରଂ ବିଶ୍ୱର କ୍ରିଡା ପ୍ରେମୀଙ୍କ ମନରେ ଉତ୍କଣ୍ଠା ।

ଏଥର ଅଷ୍ଟ୍ରେଲିଆ ୬ଥର ମ୍ୟାଚ୍ ଖେଳିବାକୁ ଯାଉଛି । ସେହିଭଳି ଭାରତ ଏଯାଏ ୮ଥର ଫାଇନାଲ ଖେଳିଥିବା ବେଳେ ୫ଥର ଚାମ୍ପିୟନ ହୋଇଛି। ଦଳକୁ ୩ଥର ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ୨୦୧୮ରେ ଅଷ୍ଟ୍ରେଲିଆ ଶେଷ ଥର ପାଇଁ ଅଣ୍ଡର ୧୯ ବିଶ୍ୱକପ ଫାଇନାଲ ଖେଳିଥିଲା। ଉକ୍ତ ଫାଇନାଲରେ ଭାରତ ୮ ୱିକେଟରେ ଜିତି ଚାମ୍ପିୟନ ହୋଇଥିଲା। ଏବେ ପୁଣିଥରେ ଫାଇନାଲରେ ଦୁଇ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *