Pratidin TV

Odisha's Digital News Platform

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ନେଇଗଲା ଗର୍ଭବତୀ ମହିଳାଙ୍କ ଜୀବନ….

1 min read

ପୁଣି ଡାକ୍ତରଖାନାରୁ ଆସିଲା ଭୁଲ ଚିକତ୍ସାରୁ ମୃତ୍ୟୁ ଅଭିଯୋଗ। ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡର ମାତୃ ଓ ଶିଶୁ ବିଭାଗ ଡାକ୍ତରଖାନାରୁ |ପିପଲ ପଦର ସ୍ଥିତ ଏମ ସି ଏଚ ରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଏବେ ଚାପା ଉତ୍ତେଜନା ଦେଖାଦେଇଛି ଅଭିଯୋଗ ମୁତାବକ ଟିଟିଲାଗଡ଼ ଶିହିନି ଗାଁର ବିମଲ ଛତରଙ୍କ ସ୍ତ୍ରୀ ବିନୋଦିନି ଛତର ଗର୍ଭବତୀ ଥିବା ବେଳେ ଗତ ୨ ତାରିଖ ଦିନ ଟିଟିଲାଗଡ ମାତୃ ଓ ଶିଶୁ ଚିକିତ୍ସାଳୟକୁ ଆଣିଥିଲେ।ପରେ ୩ ତାରିଖ ଦିନ ଗର୍ଭବତୀ ମହିଳା ଜଣକ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ମୃତ୍ୟୁ ପରେ ମାଆର ଚିକିତ୍ସା କ୍ରମାଗତ ଭାବେ ଚାଲିଥିଲା ହେଲେ ଆଜି ପ୍ରାୟ ସକାଳ ୬ ଟାରେ ରାଉଣ୍ଡରେ ଥିବା ଡ଼ାକ୍ତର ଜଣକ ଆସି ଏକ ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ଦେବାର ୫ ମିନିଟ ପରେ ରୋଗୀର ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ପରିବାର ପକ୍ଷରୁ ହସ୍ପିଟାଲରେ ଉତ୍ତେଜନା ଦେଖା ଦେଇଥିଲା। ଘଟଣା ସ୍ଥଲରେ ଟିଟିଲାଗଡ ଏସଡିପିଓ ଓ ପୋଲିସ ଆସି ପହଞ୍ଚିବା ସହ ମୃତ ମହିଳାଙ୍କ ବିଷୟରେ ତଦନ୍ତ କରିଥିଲେ ଏବଂଉତ୍ତେଜିତମାନଙ୍କୁ ବୁଝା ସୁଝା କରିବା ପରେ ଉତ୍ତେଜନା କମିଥିଲା l ପରେ ଘଟଣା ସମ୍ପର୍କରେ ଡ଼ାକ୍ତରମାନଙ୍କ ସହ ପଚରାଉଚରା କରିଛନ୍ତି ଏସଡିପିଓ ।

Advertisement

Leave a Reply

Your email address will not be published. Required fields are marked *